ଡଲାର ମୂଲ୍ୟର ବୃଦ୍ଧି ଯୋଗୁଁ ବିଗୁଡୁଛି ଦେଶର ଆର୍ଥିକ ସ୍ଥିତି, ଜାଣନ୍ତୁ କେତେ କ୍ଷତି ସହୁଛି ଭାରତ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଡଲାର ମୂଲ୍ୟର ତୀବ୍ର ବୃଦ୍ଧି ଯୋଗୁଁ ଦେଶରେ ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ୧ ଜାନୁୟାରୀରେ ୟୁଏସଏ ଡଲାରର ରେଟ୍ ୭୩.୫୩ ଟଙ୍କା ଥିବା ବେଳେ ମେ ୧୬ରେ ଏହା ୭୭.୭୫ ଟଙ୍କା ରହିଛି । ଅର୍ଥାତ୍ ଏଥିରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ହୋଇଛି । ଏଥିଯୋଗୁଁ ଆର୍ଥିକ ସ୍ଥିତି ଧିରେ ଧିରେ ଖରାପ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୨ରେ ବ୍ୟାପାର କ୍ଷତି ପ୍ରାୟ ୧୯ ବିଲିୟନ୍ ଥିଲା । ଡଲାରରେ ବୃଦ୍ଧି ହେବାର ଲାଭ କେବଳ ଏନ.ଆର.ଆଇ ପରିବାରଗୁଡିଙ୍କୁ ହେଉଛି । ପେଟ୍ରୋଲ, ର‌୍ୟାନ୍ ଫେବ୍ରିକସ କଟନ ର‌୍ୟାନ୍ ପାଇଁ କଞ୍ଚାମାଲ, ଲୁବ୍ରିକାଣ୍ଟ୍ସ ତେଲ, ଆର‌୍ୟନ ସ୍କ୍ରାପ୍, ଫାର୍ମା ପ୍ରଡକ୍ଟ୍, କେମିକାଲ, ଇଲେକ୍ଟ୍ରିକାଲ୍ ପ୍ରଡକ୍ଟ୍ ଇତ୍ୟାଦି ଆମଦାନୀ କରାଯାଏ ।

ଅର୍ଥ ବିଶେଷଜ୍ଞଙ୍କ ଅନୁସାରେ ଯଦି ଡଲାରର ସ୍ପିଡ୍ କମ୍ ନହୁଏ ତେବେ ଦେଶରେ ଦରବୃଦ୍ଧି ବଢିବା ଯୋଗୁଁ ଆର୍ଥିକ ସ୍ଥିତି ବିଗିଡିପାରେ । ଆଗାମୀ ଦିନରେ ଦରବୃଦ୍ଧି ରୋକିବାର କୌଣସି ଆଶା ଦେଖାଯାଉନି । କାରଣ ଡଲାର ମହଙ୍ଗା ହେବା ଯୋଗୁଁ ଆମଦାନୀ ମହଙ୍ଗା ହେଉଛି ଏବଂ ଦରବୃଦ୍ଧି ବଢୁଛି । ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଦିନକୁ ଦିନ କମ୍ ହୋଇ ହୋଇ ଯାଉଛି । ଆଗାମୀ ଦିନରେ ବିଦେଶୀ ଲୋନ୍ ପୈଠ ଯୋଗୁଁ ଏହା ଆହୁରି କମ୍ ହୋଇପାରେ । ଏହି ସମୟରେ ଦେଶରେ ୧୫୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ଲୋନ୍ ରହିଛି ।

Leave A Reply

Your email address will not be published.