ଅନିଶ୍ଚିତତାରେ ବାରବାଟୀ ଟି-୨୦, ଏଫଏସସି ପାଇଁ ହରଡ଼ଘଣାରେ ଓସିଏ

0

କଟକ(ଓଡ଼ିଆ ନ୍ୟୁଜ୍‌): ଜୁନ ୧୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମୁକାବିଲା ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏହା ହେବ ଦ୍ଵିତୀୟ ମୁକାବିଲା। ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳିବା ନେଇ ଓସିଏ ଉଦ୍ୟମ ଜାରି ରହିଥିବା ବେଳେ ଏବେ ରାଜ୍ୟ ମାନବାଧିକାର କମିଶନ ଝଟକା ଦେଇଛନ୍ତି। ବାରବାଟୀ ପରି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସାର୍ଟିଫିକେଟ୍ ବା ଫାୟାର ସେଫଟି ସାରର୍ଟିଫିକେଟ୍‌(ଏଫଏସସି )। ଯେଉଁଥି ପାଇଁ ଏବେ ଅନିଶ୍ଚିତତାରେ ବାରବାଟୀ ଟି-୨୦ ମ୍ୟାଚ୍‌। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି କରିଛନ୍ତି।

ମେ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ତେବେ ଏହା ପୂର୍ବରୁ କେମିତି ବିନା ଅଗ୍ନି ନିରାପତ୍ତା ସାର୍ଟିଫିକେଟରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ହେଉଥିଲା। କଣ ଫାୟାର ସେଫଟି ବିଭାଗ ଜାଣି ପାରିନଥିଲେ କି କଟକ ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ? ଯାହା ଏବେ ଓସିଏକୁ ହରଡ଼ଘଣାରେ ପକାଇଛି ।

Leave A Reply

Your email address will not be published.