ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): କେଜରିୱାଲ ସରକାରଙ୍କୁ ଦିଲ୍ଲୀ ନ୍ୟାୟାଳୟଙ୍କ ଛାଟ । ଗୁରୁବାର କେଜରିୱାଲଙ୍କ ‘ଘର ଘର ରେସନ ଯୋଜନା’କୁ ରଦ୍ଦ କରିଦେଇଛନ୍ତି ନ୍ୟାୟାଳୟ। କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ବିପିନ ସାଂଘୀ ଓ ଜଷ୍ଟିସ୍ ଜସ୍ମିନ ସିଂହଙ୍କ ବେଞ୍ଚ ଏ ବାବଦେ ସଂରକ୍ଷିତ ଥିବା ରାୟ ଏଭଳି ଶୁଣାଣି କରିଛନ୍ତି। ନ୍ୟାୟାଳୟ କହିଛନ୍ତି ରାଜ୍ୟ ସରକାର ଚାହିଁଲେ ଏହି ପରି ଦ୍ୱିତୀୟ ଯୋଜନା କାର୍ୟ୍ୟକାରୀ କରିପାରିବେ । ହେଲେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଶଶ୍ୟରେ ଏପରି ଯୋଜନା ଚଳାଇପାରିବେ ନାହିଁ।
କେଜରିୱାଲଙ୍କ ଏହି ଯୋଜନା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ସରକାରୀ ରେସନ ଡିଲର୍ସ ଓ ଦିଲ୍ଲୀ ରେସନ ଡିଲର ଆସୋସିଏସନ । କୋର୍ଟ ମାମଲାର ଶୁଣାଣି କରି ଗତ ଜାନୁୟାରୀରେ ରାୟ ସଂରକ୍ଷିତ ରଖିଥିବା ବେଳେ ଗୁରୁବାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଖାଦ୍ୟ ଶଶ୍ୟରେ ରାଜ୍ୟ ସରକାର ନିଜର ଯୋଜନା କାର୍ୟ୍ୟକାରୀ କରିପାରିବେନି ବୋଲି କୋର୍ଟ ସଫାସଫା କହିଛନ୍ତି।