ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଏସିୟାନ୍ ଓ ୟୁରୋପିଆନ୍ ଚାମ୍ପିଅନସିପ ଜିତିଥିବା ଷ୍ଟାର୍ ବକ୍ସର ମୁସା ୟମକ ଆଉ ନାହାଁନ୍ତି। ଲଢେଇ ବେଳେ ହାର୍ଟ ଆଟାକରେ ମୁସାଙ୍କ ଜୀବନ ଯାଇଛି। ଯାହା ସମଗ୍ର ବିଶ୍ୱରେ ବକ୍ସିଂ ଫ୍ୟାନଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଜର୍ମାନୀରେ ଜନ୍ମିତ ଏହି ଷ୍କାର ବକ୍ସର ତାଙ୍କ କ୍ୟାରିୟର ମଧ୍ୟରେ ବହୁ ମ୍ୟାଚ ଜିତି ନିଜ ଦେଶ ପାଇଁ ଗୌରବ ହାସଲ କରିଛନ୍ତି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ଉଗାଣ୍ଡାର ହମଜା ବାଡେରାଙ୍କ ବିପକ୍ଷରେ ଲଢେଇ ବେଳେ ରିଙ୍ଗରେ ହଠାତ୍ ବେହୋସ ହୋଇପଡିଥିଲେ ମୁସା । ଅଚେତ୍ ହେବା ପରେ ସଙ୍ଗେସଙ୍ଗେ ମୁସାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ହସନ ତୁରାନ ସୂଚନା ଦେଇଥିଲେ । ୨୦୧୭ରେ ମୁସା ବିଧିବଦ୍ଧ ଭାବେ ବକ୍ସିଂ ଜଗତରେ ପାଦ ରଖିଥିଲେ ।