ମଙ୍କି ପକ୍ସ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ବିଶେଷଜ୍ଞ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ପରେ ଅନ୍ୟସବୁ ଦେଶରେ ଏନେଇ ସତର୍କତା ଜାରି କରାଗଲାଣି । ବିଶେଷ କରି ଭାରତରେ ଏଥି ପାଇଁ ସ୍ପେଶାଲ ଆଡଭାଇଜରି ଜାରି ହୋଇଛି । ତେବେ ଏନେଇ ଆଡଭାଇଜରି ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେ୍ଦଶକ ବିଜୟ ମହାପାତ୍ର। ସେ କହିଛନ୍ତି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାରଜରି ଜାରି କରିଛନ୍ତି ।

ଭାରତରେ ମଙ୍କି ପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ତେବେ ଯଦି ମଙ୍କି ପକ୍ସ ଭଳି କିଛି ଲକ୍ଷଣ ଜଣାପଡେ। ଯେମିତିକି ଜ୍ୱରହେବା, ଦେହ ମୁଣ୍ଡ ବଥା ହେବା ଓ ଦେହ ସାରା ଫଳିଯିବା, ଘା ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ସାମ୍ପୁଲ ପଠାଯିବ । ପରେ ତାହା ଜଣାପଡିବ ମଙ୍କି ପକ୍ସ ହୋଇଛି ନା ନାହିଁ ।

Leave A Reply

Your email address will not be published.