ନାୟକାଣୀଡିହିରେ ୪୭ ତମ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

0

ବାସୁଦେବପୁର( ଓଡ଼ିଆ ନ୍ୟୁଜ): ଭଦ୍ରକ ଜିଲ୍ଳା ବାସୁଦେବପୁର ନାୟକାଣୀଡିହିରେ ୪୭ ତମ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୫ ଦିନ ଧରି ଏହି ନାମଯଜ୍ଞ ଚାଲିବ। ଜ୍ୟେଷ୍ଠ ମାସ ୫ ତଥା ଇଂରାଜୀ ତା ୨୯ ମଇ ମାସ ଗୁରୁବାର ସକାଳେ ନବନିର୍ମିତ ମଣ୍ଡପର ଦଧିନଉତି ଓ ପ୍ରତିଷ୍ଠା ହୋଇଥିଲା। ଏହାପରେ ସଂଧ୍ୟାରେ ଶୁଭାଧିବାଶ ହେବା ସହ ରବିବାର ହରିହାଟ ହୋଇଛି। ସୋମବାର ନଗର କୀର୍ତ୍ତନ ପରେ ନାମଯଜ୍ଞ ସମାପନ ହେବ। ୫ଦିନ ବ୍ୟାପି ଏହି ନାମସଂକୀର୍ତ୍ତନ ଜାରିରହିଛି। ହରି ନାମ ସଂକୀର୍ତ୍ତନ ଶୁଣିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଜମୁଛି।

ପ୍ରତ୍ୟେକଦିନ ଶ୍ରଦ୍ଧାଳୁମାନେ ଈଶ୍ୱରଙ୍କ ନାମ ଶ୍ରବଣ କାଟିବା ସହିତ ମହାନନ୍ଦରେ ପ୍ରସାଦ ସେବନ କରୁଛନ୍ତି। ଅନୁଷ୍ଠାନର ସଭାପତି ନିରାକାର ପରିଡ଼ା, ସମ୍ପାଦକ ରତିକାନ୍ତ ନାୟକଙ୍କ ସମେତ ବୃନ୍ଦାବନ ପ୍ରଧାନ, ବିବେକାନ୍ଦ ନାୟକ, କାଶୀନାଥ ପଲେଇ, ଦେବହରି ନାୟକ, କୃପାସିନ୍ଧୁ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ପରିଚାଳିତ ହୋଇଛି।

Leave A Reply

Your email address will not be published.