ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ପହିଲାରେ ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ । ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, ଏନ୍. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର‌୍ୟ୍ୟକାଳ ସରିବ ସରିବ। ତେବେ ଏହି ୩ଟି ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେବେ ଆସନ୍ତା ୩୧ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବ । ତେବେ ଖାଲି ପଡ଼ିଥା ଏହି ୩ ଟି ଆସନ ପାଇଁ ବିଜୁଜନତା ଦଳ କାହାକୁ ଚୟନ କରିବ ସେନେଇ ରାଜନୈତିକ ମହଲରେ କାଉନଡାଉନ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ୫ ଚର୍ଚ୍ଚିତ ନାଁ ଚର୍ଚ୍ଚାର ଶୀର୍ଷରେ ଅଛି ।

ବେଶି ଚର୍ଚ୍ଚାରେ ଥିବା ନାଁ ହେଉଛି ରାଜ୍ୟସାକରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଦ୍ୱିତୀୟ ଚର୍ଚ୍ଚିତ ନାମ ହେଉଛି ନିକଟରେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ସେହିପରି ନବୀନ ଜିନ୍ଦଲ, ସୁସ୍ମିତ ବାଗ୍‌ଚି ଓ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଣାଣୀଙ୍କ ନାମ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.