କଂଗ୍ରେସ ଅନ୍ତଃକନ୍ଦଳକୁ ଉଗ୍ର କରିବ ରାଜ୍ୟସଭା ନିର୍ବାଚନ, ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଖୁବ୍ ଶିଘ୍ର ଖାଲି ହେବ ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ । ଏଥିପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ମେ’ ୩୧ ତାରିଖ ଯାଏଁ ଚାଲିବ । ଚଳିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଅଧିକ ଭାବେ ୯ଟି ଆସନ ମିଳିପାରେ । ଯଦି ସହଯୋଗୀ ଦଳ ସହଯୋଗ କରନ୍ତି ତେବେ ଏହି ସଂଖ୍ୟା ୧୧ ଯାଏଁ ବଢିପାରେ । ଏପରି ପରିସ୍ଥିତିରେ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟ କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି । ଏବେ ବି କଂଗ୍ରେସ ଅନ୍ତଃକନ୍ଦଳ ଥମିନି । ଯାହା ଧିରେଧିରେ କ୍ୟନସରର ରୂପ ନେଉଛି । ସେଥିପାଇଁ ଦିନକୁ ଦିନ ବହୁ ହେଭିୱେଟ ହାତ ଛାଡ଼ିସାରିଲେଣି । ଏତିକି ବେଳେ ରାଜ୍ୟସଭା ନିର୍ବାଚନ ପାଇଁ ଗୋଟିଏ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ କଂଗ୍ରେସର ଚିନ୍ତା ବଢାଇଛି ।


ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବରରେ କଂଗ୍ରେସ ହାଇକମାଣ୍ଡ ରାଜନୀତିକ ସମୀକରଣ କରିଥିଲେ । କଂଗ୍ରେସ ୫୦ ପ୍ରତିଶତ ଆସନରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଘୋଷଣା କରିଛି । ଅନ୍ୟପଟେ ବରିଷ୍ଠ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ଚେଷ୍ଟା କରୁଛି । ତେଣୁ ରାଜ୍ୟସଭାକୁ ନିଜର ପ୍ରାର୍ଥୀ ପଠାଇବା ପାଇଁ ଅଡୁଆ ପରିସ୍ଥିତି ହୋଇପାରେ ।

Leave A Reply

Your email address will not be published.