ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଏଣିକି ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି । ସ୍କୁଲ ଛାତ୍ରଛାତ୍ରୀ ଶିଖିବେ ଅଲିମ୍ପିକ୍ସ ଶିକ୍ଷା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ସ୍କୁଲରେ ଅଲିମ୍ପିକ୍ସ ଶିକ୍ଷା। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହୋଇଛି ଏହି ଯୋଜନା। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ସ୍କୁଲ ସମୟରୁ ହିଁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ ।
ସାରା ଦେଶରେ ଓଡ଼ିଶା ଏକ ସ୍ପୋର୍ଟ ହବ୍ ଭାବେ ପରିଚିତି ଲାଭ କରିଛି । ଏପରି କାର୍ୟ୍ୟକ୍ରମ ଦ୍ୱାରା ରାଜ୍ୟ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି ଅବସରରେ ଆଇଓସି, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା, ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।