ଜଗତସିଂପୁର (ଓଡ଼ିଆ ନ୍ୟୁଜ୍): ପ୍ରହସନ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। କାର୍ଡକୁ ଭରଷାକରି ଚିକିତ୍ସା ନପାଇ ଶେଷରେ ଜୀବନ ହାରିଲେ କ୍ୟାନ୍ସର ପୀଡ଼ିତ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମର କ୍ୟାନସର୍ ପିଡିତ ଶତ୍ରୁଘ୍ନ ଓଝା। ଆଜି ଚିକିତ୍ସା ପାଇଁ କଟକ ଯିବାବେଳେ ବାଟରେ ରେଳଷ୍ଟେସନ ଠାରେ ପ୍ରାଣ ହରାଇଛନ୍ତି। ଚିକିତ୍ସା ପାଇଁ ଚାରି ମାସ ହେଲା ଦଉଡ଼ି ଦଉଡ଼ି ନିରାଶ ହେଇଥିଲେ। ଛଅ ମାସ ପୂର୍ବରୁ ନିଜ ସ୍ତ୍ରୀ ଙ୍କର ବ୍ରେଷ୍ଟ କ୍ୟାନ୍ସର ଅପରେସନ୍ ଏକ ଘରୋଇ ହସ୍ପିଟାଲରେ କରାଇଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ମଧ୍ୟ କିଛି କାମ ଦେଇନଥିଲା । ସରକାରଙ୍କର ଅନେକ ଯୋଜନା ଥାଇ ମଧ୍ୟ ଚିକିତ୍ସା ଅଭାବରୁ ଚାଲିଗଲା ଶତ୍ରୁଘ୍ନଙ୍କ ଜୀବନ । ତେଣୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଥାଇ କଣ ଲାଭ ବୋଲି ବୋଲି ପରିବାର ଲୋକ ଓ ପଡୋଶୀ ପ୍ରଶ୍ନ କରିଛନ୍ତି।