ପାରାଦୀପକୁ ପୁନର୍ବାର ରେଳ ଚଳାଚଳ ପାଇଁ ଦାବି

0

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ପାରାଦୀପକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବିକଲା ଆମ ପାରାଦୀପ ଆମ ପ୍ରଗତି ସଂଗଠନ । ପ୍ରଥମ କରୋନା କଟକଣା ସମୟରୁ ପାରାଦୀପକୁ ରେଳ ଚଳାଚଳ ବନ୍ଦ ରହିଛି । ଏଥିପାଇଁ ପାରାଦୀପ ତଥା ଜଗତସିଂହପୁର ଜିଲ୍ଲାର ଲୋକମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏବେ ମାତ୍ର ଗୋଟିଏ ପାସେଞ୍ଜର ଟ୍ରେନ ଚାଲୁଥିବାବେଳେ ପୂର୍ବରୁ ମୋଟ ୫ଟି ପାସେଞ୍ଜର ଟ୍ରେନ ଚାଲୁଥିଲା। କରୋନା କାଳରୁ ୪ଟି ଟ୍ରେନ ବନ୍ଦ ରହିଛି। ଲୋକମାନେ କଟକ/ଭୁବନେଶ୍ବର କୁ ବସ ଯୋଗେ ଯାତାୟତ କରୁଥିବାରୁ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ପୁଣି ଥରେ ଅବଶିଷ୍ଟ ୪ଟି ଯାକ ଟ୍ରେନ ଚଳାଇବାକୁ ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ଦାବି କରାଯାଇଛି। ପାରାଦୀପ ମୁନିସିପାଲିଟିର ପାରିଷଦ ଓ ଆମ ପାରାଦୀପ ଆମ ପ୍ରଗତି ସଂଗଠନର ନେତା ଓ ସଦସ୍ୟମାନେ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.