ହିଟଲର ଶାସନ ଠାରୁ ଅଧିକ ଖରାପ ବିଜେପି ଶାସନ: ମମତା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଦିଙ୍କ ଟାର୍ଗେଟରେ ବିଜେପି । ହିଟଲର ଶାସନ ଠାରୁ ଅଧିକ ଖରାପ ବିଜେପିର ଶାସନ । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା ବାନାର୍ଜୀ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସ୍ୱାଧୀନତା ଦିଆଯିବା ଉଚିତ୍ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ରାଜ୍ୟ କାମରେ ହସ୍ତକ୍ଷେପ କରି ବିଜେପି ସରକାର ଭାରତର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି। ଏହି ଏଜେନ୍ସିଗୁଡ଼ିକୁ ସେମାନଙ୍କ ସ୍ୱାଧୀନତା ଦିଆଯିବା ଉଚିତ୍। ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ ବୋଲି କହିଛନ୍ତି ।

Leave A Reply

Your email address will not be published.