ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୪ ବର୍ଷ ଜେଲ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ । ଏହା ସହ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । କୋର୍ଟ ଚୌଟାଲାଙ୍କ ୪ ଟି ସମ୍ପତ୍ତି ମଧ୍ୟ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ ଅଦାଲତ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ପାଇଥିଲେ । ୧୯୯୩ ରୁ ୨୦୦୬ ମଧ୍ୟରେ କ୍ଷମତାରେ ଥିବା ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ପାଇବା ପରେ ବିଚାରପତି ବିକାଶ ଢୁଲ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ସମୟରେ ଚୌଟାଲା ଅଦାଲତଙ୍କୁ ବାର୍ଦ୍ଧକ୍ୟ ଏବଂ ଚିକିତ୍ସା ଆଧାରରେ ସଜା କମ୍ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ଗତ ସପ୍ତାହରେ ଅଦାଲତ ଚୌଟାଲାଙ୍କୁ ଦୋଷୀ ପାଇଥିଲେ ଏହି ସମୟରେ କୋର୍ଟ କହିଥିଲେ ଯେ ଚୌଟାଲା ସମ୍ପତ୍ତି ହାସଲ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ସିବିଆଇ ଚୌଟାଲାଙ୍କ ବିରୋଧରେ ୨୦୦୫ ରେ ମାମଲା ରୁଜୁ କରିଥିଲେ । ୨୬ ମାର୍ଚ୍ଚ ୨୦୧୦ ରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୋଗ କରାଯାଇଥିଲା ଯେ ୧୯୯୩ ରୁ ୨୦୦୬ ମଧ୍ୟରେ ଓମ୍ ପ୍ରକାଶ ଚୌଟାଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ସବିଆଇ ଦ୍ୱାରା ରୁଜୁ ହୋଇଥିବା ମାମଲା ଅନୂଯାୟୀ ଜୁଲାଇ ୨୪, ୧୯୯୯ ରୁ ମେ ୫, ୨୦୦୫ ପର୍ୟ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବାବେଳେ ଚୌଟାଲା ପରିବାର ଏବଂ ତାଙ୍କ ସଂପର୍କୀୟଙ୍କ ସହ ମିଶି ଆୟର ବୈଧ ଉତ୍ସ ବାହାରେ ଅଧିକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଅର୍ଜନ କରିଥିଲେ । ଏହି ସମ୍ପତ୍ତି ଚୌଟଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅର୍ଜନ କରାଯାଇଥିଲା । ସିବିଆଇ ଅନୁଯାୟୀ, ଚୌଟଲା ୬.୦୯ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି ଯାହା ତାଙ୍କ ଆୟ ଉତ୍ସଠାରୁ ୧୮୯.୧୧ ପ୍ରତିଶତ ଅଧିକ ଅଟେ।

Leave A Reply

Your email address will not be published.