୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ଜଣ ନୂଆ ମୁହଁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ । ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କୁ ଟିକେଟ ମିଳିଛି । ସସ୍ମିତ ପାତ୍ରଙ୍କୁ ରିପିଟ୍‌ କରିଛି ଦଳ। ତାଙ୍କୁ ଛାଡ଼ି ଦେଲେ ଅନ୍ୟ ୩ ଜଣ ନୂଆ ମୁହଁ । ମାନସ ମଙ୍ଗରାଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି ।

rajysabha

ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଥିବା ସୁଲତା ଦେଓ ବିଜେଡି ମୁଖପାତ୍ର ଅଛନ୍ତି । ପଶ୍ଚିମଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ପାଇଁ ଟିକେଟ ଦେଇଛି । ବଲାଙ୍ଗୀରର ବାସିନ୍ଦା ନିରଞ୍ଜନ ବିଶି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି । ଓଡ଼ିଶାରୁ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେଥିରୁ ତିନୋଟି ପୂର୍ଣ୍ଣକାଳୀନ ଆସନ ପାଇଁ ନିର୍ବାଚନ ଓ ଗୋଟିଏ ଆସନର ଉପନିର୍ବାଚନ ହେବ । ସଂଖ୍ୟାଦୃଷ୍ଟିରୁ ୪ଟି ଯାକ ଆସନରେ ବିଜେଡି ଜିତିବା ସୁନିଶ୍ଚିତ ।

Leave A Reply

Your email address will not be published.