ପ୍ରତିକ୍ରିୟା ରଖିଲେ ପାଟ୍ଟଶାଣୀ, ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇବେ ବୋଲି କହିଥିଲେ କଲେନି କିନ୍ତୁ ଆଦୌ ନିରାଶ ନାହିଁ 

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଦୀର୍ଘଦିନ ଧରି ହେଇଆସୁଥିବା ଚର୍ଚ୍ଚାର ଦ ଏଣ୍ଡ ହୋଇଛି । ଖାଲିହେବାକୁ ଯାଉଥିବା ୪ଟି ରାଜ୍ୟସଭା ସିଟ୍ ପାଇଁ ରବିବାର ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏହାରି ମଧ୍ୟରେ ଏଥର ବି ଟିମେଟ ନପାଇ ନିରାଶ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାଟଶାଣୀ । ରାଜ୍ୟସଭା ଯିବା ନେଇ କେବେ ଆଶାୟୀ ନଥିବା କହିଛନ୍ତି ସେ। ବରଂ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି କହିଥିଲେ । କଲେନି କିନ୍ତୁ ମୁଁ ଆଦୌ ନିରାଶ ନାହିଁ । ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି, ତାଙ୍କୁ ସେ ସମ୍ମାନ ଜଣାଇଛନ୍ତି । ରାଜ୍ୟସଭା ଟିକେଟ୍ କାହିଁକି ମିଳିଲାନି ପ୍ରଶ୍ନରେ ସେ କହିଛନ୍ତି, କାରଣଟା କାହିଁକି କହିବି । ମୁଁ ଦଳର ଜଣେ ବରିଷ୍ଠ ଉପସଭାପତି । ତେଣୁ ମୁଁ ମୋ ସ୍ୱାର୍ଥ ପାଇଁ କାହା ବିରୋଧରେ କହିବି ନାହିଁ ।

Leave A Reply

Your email address will not be published.