ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଇନ୍ଧନ ଦରରେ ବୃଦ୍ଧି ସତ୍ତ୍ୱେ ବି ପେଟ୍ରୋଲ ପମ୍ପ ମାଲିକଙ୍କ କମିସନରେ ସଂଶୋଧନ କରାଯାଉ ନଥିବାରୁ ଦେଶରେ ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ଆଜି ବନ୍ଦ ରହିଛି । ଏହା ସହ ପମ୍ପ ମାଲିକମାନେ ତୈଳ କମ୍ପାନୀଙ୍କ ଠାରୁ ତୈଳ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟମାନଙ୍କର ପେଟ୍ରୋଲ ଡିଲର ସଙ୍ଗଠନ ମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ହେଲେ ଏହି ବିରୋଧ ଯୋଗୁଁ ଖୁଚୁରା ବିକ୍ରି ଓ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦିଲ୍ଲୀ ପେଟ୍ରୋଲ ଡିଲର ଆସୋସିଏସନ୍ ଅଧ୍ୟକ୍ଷ କହିଛନ୍ତି ।

ତେବେ ତାମିଲନାଡୁ, କର୍ଣ୍ଣାଟକ, କେରଳ , ତେଲେଙ୍ଗାନାଳ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ବିହାର, ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶ, ମିଜୋରାମ, ନାଗାଲ୍ୟାଣ୍ଡ, ମଣିପୁର, ତ୍ରିପୁରା, ସିକ୍କିମ ବ୍ୟତୀତ, ୟୁପି, ମଧ୍ୟପ୍ରଦେଶରେ ଏହି ବିରୋଧ ଯୋଗୁଁ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଛି । ଏହି ଆନ୍ଦୋଳନରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାମିଲ ହୋଇନାହିଁ । ତେଣୁ ଓଡିଶାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ।