ବିଶ୍ୱାସଘାତକତା କଲେ ବାଇଡେନ୍‌, ୟୁକ୍ରେନକୁ ଦୂରଗାମୀ ମିସାଇଲ ସିଷ୍ଟମ ଦେବାକୁ ମନାକଲା ଆମେରିକା

0

ଓ୍ବାଶିଂଟନ୍(ଓଡ଼ିଆ ନ୍ୟୁଜ୍‌): ୯୦ ଦିନ ପାର୍ କରିସାରିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ତଥାପି ଯୁଦ୍ଧ କମିବା ବଦଳେ ଦିନକୁ ଦିନ ଉଗ୍ରରୂପ ନେଉଛି । ଦୀର୍ଘଦିନ ଧରି ବିପଦ ସଂଙ୍କୁଳ ଅବସ୍ଥାରେ ବଙ୍କର ଭିତରେ ଦୁଃଖଦ ଜୀବନ କାଟୁଛନ୍ତି ୟୁକ୍ରେନ୍ ନାଗରିକ । ୟୁକ୍ରେନୀୟ ସହର ସେଭୋରଡୋନଷ୍ଟେକ୍ ଉପରେ ପ୍ରାୟ ଏକ ସପ୍ତାହ ହେବ ଲଗାତାର ବୋମା ବର୍ଷଣ ଜାରି ରଖିଛି ରୁଷ ସେନା। ଏହାରି ମଧ୍ୟରେ ନିକକୁ ବିଶ୍ୱାସଘାତକ ବୋଲି ପ୍ରମାଣିତ କରିଛି ଆମେରିକା । ରୁଷ ଘନଘନ ସେନାର ଆକ୍ରମଣ ୟୁକ୍ରେନ ଉପରେ ଜାରି ରହିଥିବା ବେଳେ ବାଇଡେନ୍ କହିଛନ୍ତି ସେ ୟୁକ୍ରେନ୍କୁ ଦୂରଗାମୀ ରକେଟ ସିଷ୍ଟମ ଦେବେ ନାହିଁ।

ଅନ୍ୟପକ୍ଷେ ଏଭଳି ସ୍ଥିତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟାକ୍ ଏକ ଟ୍ବିଟ୍ କରି କହିଛନ୍ତି, ୟୁକ୍ରେନ ଜିତିବା ପାଇଁ ଦୂରଗାମୀ ଅସ୍ତ୍ରର ଆବଶ୍ୟକତା ରହିଛି। ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷକୁ ସାମନା କରିବାକୁ ପାଶ୍ଚାତ୍ୟ ଦେଶ ଗୁଡିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଦାବି କରିସାରିଛନ୍ତି। ୟୁକ୍ରେନ୍ ଏଭଳି ରକେଟ୍ ସିଷ୍ଟମ ମାଗୁଛନ୍ତି, ଯାହାକି ଶତାଧିକ କିଲୋମିଟର ଦୂରକୁ ଯାଇ ବଡ ଧରଣର ଆକ୍ରମଣ କରିବାରେ ସକ୍ଷମ ହେବ।

Leave A Reply

Your email address will not be published.