ପୁରୀ(ଓଡ଼ିଆ ନ୍ୟୁଜ୍): ପୁରୀ ସମୁଦ୍ରରେ କୂଳରେ ବାଲି ଶର୍ଯ୍ୟ ଉପରେ ଏକ ଶିବ ଲିଙ୍ଗ ଲାଗିଥିବା ଦେଖିବାକୁ ମିଳିଛି। ଲାଇଟ ହାଉସ ନିକଟ ବେଳାଭୂମିରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି । ଶିବ ଲିଙ୍ଗର ଚତୁପାଶ୍ୱର୍କୁ ଦେଖିଲେ ଏହା ବହୁ ପୁରାତନ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହା ଗଙ୍ଗବଂଶ ରାଜତ୍ବ କାଳରୁ ଅଧିକ ପୁରୁଣା ହୋଇଥିବା ସୂଚନା ମିଳୁଛି । ତେବେ ଏହି ଶିବ ଲିଙ୍ଗଟି କେଉଁଠୁ ଆସିଛି ସେନେଇ ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।
ତେବେ ଏହା ପୂର୍ବରୁ ନିକଟ ଅତୀତରେ ଯାଇଥିବା ବାତ୍ୟା ଅସାନୀରେ ଏକ ସ୍ୱର୍ଣ୍ଣ ରଥ ମଧ୍ୟ କେଉଁଆଡୁ ଆସି ଶ୍ରୀକାକୁଲମରେ କୂଳରେ ଲାଗିଥିଲା ।