ଅଯୋଧ୍ୟା ଓ ମଥୁରାରେ ଆଉ ମିଳିବନି ମଦ, ଦୋକାନୀଙ୍କୁ ଖୀର ବିକିବାକୁ ପରାମର୍ଶ ଦେଲେ ସରକାର

0

ନୂଆଦିଲ୍ଲୀ: ଏଣିକି ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଓ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ଆଉ ମିଳିବନି ମଦ । ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଏହି ସବୁ ଅଂଚଳରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ କରାଯାଇଛି । ଏହା ସହ ମଦ ଦୋକାନୀଙ୍କୁ ଖୀର ବିକିବାକୁ ପରାମର୍ଶ ଦେିଛନ୍ତି ସରକାର ।ଉତ୍ତର ପ୍ରଦେଶ ବିଧାନ ପରିଷଦରେ ପ୍ରଶ୍ନୋତ୍ତର ସମୟରେ ରାଜ୍ୟ ଅବକାରୀ ମନ୍ତ୍ରୀ ନିତିନ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ରାମଲାଲାଙ୍କ ଗର୍ଭଗୃହର ନିର୍ମାଣ ଆରମ୍ଭ ପୂର୍ବରୁ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ହେତୁ ସାଧୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହା ମନେ ରଖିବା ଉଚିତ ଯେ ପରମହଂସ ଆଚାର‌୍ୟ୍ୟ ଏହି ପ୍ରସଙ୍ଗରେ ଅନେକ ଥର ଅନସନ କରିଛନ୍ତି । ଧାର୍ମିକ ସ୍ଥାନମାନଙ୍କରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦେବାକୁ ସାଧୁ ଓ ସାଧୁମାନେ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ମଦ, ମାଂସ ଏବଂ ଅଣ୍ଡା ଇତ୍ୟାଦି ବିକ୍ରି ଉପରେ ନିଷେଧାଦେଶ ଜାରି ରହିଛି, କିନ୍ତୁ ଏହା ସତ୍ତ୍ୱେ ଅଯୋଧ୍ୟା ସଂଲଗ୍ନ କେତେକ ଅଞ୍ଚଳରେ ମଦ ଲାଇସେନ୍ସ ଦୋକାନ ଚାଲୁଥିଲା ଏବଂ ଉଭୟ ମଦ ଏବଂ ମାଂସ ସେଠାରେ ବିକ୍ରି ହେଉଥିଲା ବେଳେ ଏହାକୁ ବିରୋଧ କରି ଜଗଦଗୁରୁ ପରମହଂସ ଆଚାର‌୍ୟ୍ୟ ଅନେକ ଥର ଅନଶନ କରିଛନ୍ତି । ସେହିପରି ଗତ ବର୍ଷ ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମଥୁରା-ବୃନ୍ଦାବନ ଅଞ୍ଚଳରେ ମାଂସ ବିକ୍ରି ଉପରେ ନିଷେଧାଦେଶ ଜାରି କରିସାରିଛନ୍ତି । କୃଷ୍ଣ ନଗରୀ ମଥୁରାରେ ମୁଖ୍ୟମନ୍ତ୍ରୀ ଯୋଗୀ ମଥୁରାରେ ମାଂସ ଓ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ସେତେବେଳେ ସେ କହିଥିଲେ ଯେ ମଥୁରାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇବା ଏହାର ଉଦ୍ଦେଶ୍ୟ ।

Leave A Reply

Your email address will not be published.