ଅଯୋଧ୍ୟା ଓ ମଥୁରାରେ ବ୍ୟାନ୍‌, ଶ୍ରୀକ୍ଷେତ୍ରରେ କାହିଁକି ନୁହେଁ ?

0

ଭୁବନେଶ୍ୱର(ଓଡ଼ିଆ ନୁୃଜ୍‌):ଏଣିକି ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଓ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀରେ ଆଉ ମିଳିବନି ମଦ । ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଏହି ସବୁ ଅଂଚଳରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ କରିଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ମଦ ଓ ଭାଙ୍ଗ ଦୋକାନ ବନ୍ଦ କରି କ୍ଷୀର ଓ ଦହି ଦୋକାନ ଅଧିକ ସଂଖ୍ୟାରେ ଖୋଲିବାକୁ ସରକାର ଦୋକାନୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଆମିଷ ବିକ୍ରୀକୁ ମଧ୍ୟ ସମ୍ପୂର୍ଣ୍ଣ ନିଶେଧ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇରଖିବା ଉଦ୍ଦେଶ୍ୟ ରେ ଯଦି ଅଯୋଧ୍ୟ ନଗରୀ ଓ ମଥୁରା ନଗରୀରେ ମଦ-ମାଂସ ନିଶେଧ ହୋଇପାରୁଛି ୍େ‌ତବେ ଶ୍ରୀକ୍ଷେତ୍ର ପୁରୀରେ କାହିଁକି ନୁହେଁ । କୋଟି ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ତଥା ଜଗତର ନାଥ ଜଗନ୍ନାଥଙ୍କ କ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପରିବେଶକୁ ଏବଂ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇରଖିବା କଣ ଜରୁରୀ ନୁହଁ କି? ସରକାର ଶ୍ରୀମନ୍ଦିର ଐତିହ୍ୟ କରିଡର କରି ବିକାଶ ନାଁରେ ମଠ ମନ୍ଦିର ଉଚ୍ଛେଦ କରୁଛନ୍ତି । ଏହା ବଦଳରେ କେଉଁଠି ପ୍ଲାଷ୍ଟିକ ଫୁଲ କୁଣ୍ଡ ଥୋଉଛନ୍ତି ତ କେଉଁଠି ବେଆଇନ୍ ଖନନ କରି କୋଠାମାନ ନିର୍ମାଣକରି ବିକାଶର ବାହାବା ନେବାକୁ ଚାହୁଁଛନ୍ତି । ଏଥିରେ ଧାର୍ମାକ ଭାବନା ସୃଷ୍ଟି ହେବ କଣ ବରଂ ଅଶ୍ଳୀଳତାର ଆସର ଜମୁଛି । ଯାହା ଶ୍ରୀକ୍ଷେତ୍ର ରେ ସାଂସ୍କୃତିକ ପରିବେଶର ସମ୍ପୂର୍ଣ୍ଣ ପରିପନ୍ଥୀ ।

କିଛିଦିନ ତଳେ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀକ୍ଷେତ୍ରର ଧାର୍ମୀକ ସ୍ଥିତାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିସାରିଛନ୍ତି । ଧର୍ମ କ୍ଷେତ୍ର ପୁରୀକୁ ସୁରା-ସୁନ୍ଦରୀ କେନ୍ଦ୍ରରେ ପରିଣତ ନହେଉ ବୋଲି କ୍ଷମତାସୀନ ବିଜେଡି ସରାକାରଙ୍କୁ ତାଗିଦ୍ ମଧ୍ୟ କରିସାରିଛନ୍ତି । ସେ କହିଛନ୍ତି ଯେଉଁ ଆସ୍ଥାର ସହିତ ଏକ ଦଳକୁ ଦୀର୍ଘ ବର୍ଷେ ଧରି କ୍ଷମତାରେ ରଖାଯାଇଛି ସେହି ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାକୁ ଚେଷ୍ଟା କରୁଛିି। ନିକଟ ଅତୀତରେ ସ୍ୱାସ୍ଥ୍ୟ ମଂତ୍ରଣାଳୟ ଦ୍ୱାରା କରାଯାଇଥିବା ସଦ୍ୟ ପ୍ରକାଶିତ ଏନଏଫ୍ଏଚଏସ-୫ରେ ଓଡ଼ିଶାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଲୋକେ ଅଧିକ ମଦ୍ୟପାନ କରୁଥିବା କୁହାଯାଇଥିଲା । ଓଡ଼ିଶା ଭଳି ଏକ ସସ୍କୃତିପ୍ରବଣ ରାଜ୍ୟରେ ମଦର ବ୍ୟାପକତା ହେବା ଓ ଧର୍ମାନୁଷ୍ଠାନ ଗୁଡ଼ିକ ମଦମୁକ୍ତ ନକରିବା କେତେ କେତେ ଯୁକ୍ତିଯୁକ୍ତ । ରାଜସ୍ୱ ନାଁରେ ସରକାର ଏସବୁ କରି ବାସ୍ତବରେ ରାଜ୍ୟର ବିକାଶ କରୁଛନ୍ତି ନା ଏହା ପଛରେ ଉଦ୍ଦେଶ୍ୟ ଅଛି ତାହା ଦେଖିବାକୁ ବାକିରହିଲା ।

Leave A Reply

Your email address will not be published.