ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଶଳ ଗାଁରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି । ମହୁମାଛି ଦଂଶନରେ ୪ଜଣ ବରଯାତ୍ରୀ ଗୁରୁତର ଓ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଗୁରୁତର ଓ ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ମହୁମାଛିଙ୍କ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଓ ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୮ବର୍ଷର ଶିଶୁ ରହିଥିବା ଜଣାପଡିଛି।

ତେବେ ସୂଚନା ମୁତାବକ,  ଗତକାଲି ରାତିରେ ତାଳଚେର ଡେରା ଅଞ୍ଚଳରୁଏକ ବରଯାତ୍ରୀ ଶୋଭାଯାତ୍ରା ବାହାରି ଭୁବନ ଥାନା ଅନ୍ତର୍ଗତ ଭୂଶଳ ଗାଁ ଅଭିମୁଖେ ଆସୁଥିଲା। ଏହି ସମୟରେ ଭୂଶଳ ଗାଁ ନିକଟରେ ମହୁମାଛିମାନେ ହଠାତ୍ ଉଡ଼ି ଆସି ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ବରଯାତ୍ରୀ ମାନେ ଦୌଡ଼ି ପଳାଇଥିଲେ।

Leave A Reply

Your email address will not be published.