ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକପ୍ରସ୍ତାବ ଆଗତ ହୋଇଛି। ଦିବଙ୍ଗତ ନେତା ତଥା ପୂର୍ବତନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକପ୍ରସ୍ତାବ ଆଗତ କରିବା ପରେ ବିରୋଧୀ ଦଳ ଏହାକୁ ସମର୍ଥନ କରିଛନ୍ତି ।
ପରଲୋକ ଗମନ କରିଥିବା ପୂର୍ବତନ ମନ୍ତ୍ରୀ ଡମ୍ବୁରଧର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମନ୍ତ୍ରୀ କମଳା ଦାସ ଓ ପୂର୍ବତନ ସଦସ୍ୟା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ପରଲୋକ ଗମନ କରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀ, ବିଶିଷ୍ଟ ସମାଜ ସେବୀ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି ।
ଶୋକପ୍ରସ୍ତାବକୁ ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଥିଲେ। ଶୋକ ପ୍ରସ୍ତାବ ଆଗତ ହେବାପରେ ଗୃହକାର୍ଯ୍ୟକୁ ଆସନ୍ତାକାଲି ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ । କାଲି ଗୃହରେ ରାଜ୍ୟାପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବ ରଖାଯିବ ।