ବିଜେଡି ପକ୍ଷରୁ ବିକାଶ ସଂକଳ୍ପ ସମାବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସ୍ଥାନୀୟ ବିଜୁ ଭବନ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମିଳିତ ଭାବେ ବିଜୟ ସଂକଳ୍ପ ସମାବେଶ ରବିବାର ଅନୁଷ୍ଠିତ ହୋଇଛି। ବାରିପଦାର ଯୁବ-ଛାତ୍ର ସଙ୍ଗଠକ ସମେତ ହଜାର ହଜାର ସଂଖ୍ୟକ କର୍ମୀ ମାନେ ଯୋଗ ଦେଇଥିଲେ। ସମାବେଶରେ ସାଂସଦ ପ୍ରାଥି ସୁଦାମ ମାରାଣ୍ଡି |

ବାରିପଦା ବିଧାୟକ ପ୍ରାଥି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଆମ ଓଡିଶା ନବୀନ ଓଡ଼ିଶାର ସଂଯୋଜକ ସୁନିଲ ଦାଶ, ବାରିପଦା ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସଂଯୋଜକ ପ୍ରଭାତ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ବିଜୁ ଛାତ୍ର ଜନତା ଦଳର ଉତ୍ତର ଓଡ଼ିଶା ଜୋନ ସଭାପତି ଅବଦୁଲ ହବିବ, ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନିଲ କୁମାର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଯୁବ ଛାତ୍ର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାଥିଙ୍କୁ ବିପୁଳ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବାର ସଂକଳ୍ପ ସମସ୍ତ ଯୁବ-ଛାତ୍ର ମାନେ ନେଇଥିଲେ।

ବିଜୟ ଲାଭ ପାଇଁ ଯୁବ ଓ ଛାତ୍ର ମାନଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମସ୍ତେ ବିଜୟର ସିପାହୀ ସାଜିବା ବୋଲି ମତପ୍ରକାଶ କରିଥିଲେ। ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଛାତ୍ର ମାନଙ୍କ ବିକାଶ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେଣୁକରି ଉଭୟ ସାଂସଦ ପ୍ରାଥି ସୁଦାମ ମାରାର୍ଣ୍ଡି ଓ ବିଧାୟକ ପ୍ରାଥି ସାନନ୍ଦ ମାରାଣ୍ଡିଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ବାରିପଦା ପୋୖରପାଳିକାର ସମସ୍ତ ୱାର୍ଡ କାଉନସିଲର, ବିଜେଡିର ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.