ଗୋଟିଏ ମଞ୍ଚରେ ସ୍ୱାମୀ-ସ୍ତ୍ରୀଙ୍କ ମିଳିତ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଶ୍ୟାମାଖୁଣ୍ଟା ଠାରେ ଶୁକ୍ରବାର ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଛି। ମନ୍ତ୍ରୀ ତଥା ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବିଜେଡି ବିଧାୟିକା ପ୍ରାର୍ଥୀନୀ କରାଯାଇଛି। ଏହାକୁ ନେଇ ବାଙ୍ଗିରିପୋଷିରେ ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ପ୍ରଚାର ଜୋରଦାର ଜାରି ରହିଛି। ଏହିକ୍ରମରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଠାରେ ଆଶୀର୍ବାଦ ସଭାରେ ସ୍ଥାନୀୟ ଲୋକମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡି ଏବଂ ସ୍ତ୍ରୀ ବିଧାୟିକା ପ୍ରାଥିନୀ ରଞ୍ଜିତା ମାରାଣ୍ଡି ଗୋଟିଏ ମଞ୍ଚରେ ଏକାଠି ହୋଇ ଆଗାମୀ ନିର୍ବାଚନୀରେ ସମର୍ଥନ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଯାହାକି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପ୍ରଚାର ମଇଦାନକୁ ସରଗରମ କରିଛି। ସ୍ଥାନୀୟ ଅଞ୍ଚଳର ଶହ ଶହ ସଂଖ୍ୟକ ମହିଳା, ପୁରୁଷ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ୱ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

ପ୍ରଥମେ ଅସ୍ତିଆ ଛକ ଠାରେ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏଥିପରେ ଏକ ବିରାଟ ହଜାର ହଜାର ଯୁବ, ମହିଳା ଓ ବିଜେଡି ପ୍ରେମୀ କର୍ମୀଙ୍କ ଗହଣରେ ବଡ଼ ରୋଡ଼ ସୋ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ। ଓଡିଶା ଲୋକଙ୍କ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଦରକାର ନାହିଁ ଏଠି ନବୀନ ଇଞ୍ଜିନ ସବୁଠୁ ଶକ୍ତିଶାଳୀ। ଏଥର ନିର୍ବାଚନରେ ଯୋଡିଏ ଶଙ୍ଖ ଚିହ୍ନରେ ଭୋଟ ବଟନ ଦେବା ପାଇଁ ଉଭୟ କହିଥିଲେ। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ହେଲେ ଏଥର ବି ରାଜ୍ୟରେ ନବୀନ ସରକାରଙ୍କ ହାତ ମୁଠା ଟାଣ କରିବା ପାଇଁ ବ୍ୟକ୍ତବ ରଖିଥିଲେ। ଦରଦାମ ନିୟନ୍ତ୍ରଣରେ ବିଜେପି ସରକାର ଫେଲ ମାରିଥିବା ବେଳେ ଗ୍ୟାରେଣ୍ଟି ନାମରେ ଜନତାଙ୍କୁ ବିଜେପି ମିଛ ପ୍ରତିଶ୍ରୁତି ଦେଇଛି। ବେରୋଜଗାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ଚିନ୍ତାର କାରଣ ସାଜିଛି ବୋଲି କହିଛନ୍ତି। ପ୍ରତିବର୍ଷ ୨ କୋଟିଙ୍କୁ ଚାକିରୀ ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିବାରେ ବିଜେପି ସରକାର ଫେଲ ମାରିଛି। ମହିଳା ମାନଙ୍କ ସଂରକ୍ଷଣ ଦେବାରେ ମଧ୍ୟ ବିଜେପି ପଛରେ ପଡିଥିବା ବେଳେ ବିଜେଡି ସରକାର ଓଡ଼ିଶାରେ ୩୩ପ୍ରତିଶତ ସଂରକ୍ଷଣକୁ ଲାଗୁ କରିଛି। ତେଣୁକରି ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା କାର୍ଯ୍ୟରତ ରହିବେ ବୋଲି ଉଭୟ ପ୍ରାଥି ପ୍ରତିଶ୍ରୁତି ଦେଇଛନ୍ତି।

ସାଧାରଣ ଲୋକ ସ୍ୱରକୁ ନେଇ ସଂସଦ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି। ଏହି ଅବସରରେ ଭଞ୍ଜସେନା, ବିଜେପି ଆଦି ଦଳର ଅନେକ ସଂଖ୍ୟକ ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ଦଳକୁ ସ୍ୱାଗତ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରାଥି ଶ୍ରୀ ମାରାଣ୍ଡି, ବିଧାୟିକା ପ୍ରାଥିନୀ ଶ୍ରୀମତୀ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ଆମ ଓଡିଶା ନବୀନ ଓଡ଼ିଶାର ସଂଯୋଜକ ସୁନିଲ କୁମାର ଦାଶ, ବିଜୁ ମହିଳା ଜନତା ଦଳ ସଭାପତି ବୀଣାପାଣି ସାହୁ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାନ୍ସଦା, ଶ୍ୟାମାଖୁଣ୍ଟା ବ୍ଲକ ଅଧ୍ୟକ୍ଷ ଚନ୍ଦ୍ର ମୋହନ ସିଂ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟନାଥ ମାରାଣ୍ଡି, ଜୋନ ସ୍ତରୀୟ ଯୁବ ସଭାପତି ସୁବୋଧ ମାରାଣ୍ଡି ସମେତ ବିଜେଡି ବ୍ଲକ କର୍ମକର୍ତ୍ତା ପ୍ରମୁଖ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.