ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକଡ୍ରିଲ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକଡ୍ରିଲ ଅନୁଷ୍ଠିତ | ସମ୍ଭବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁକୂଲ୍ୟରେ ବାରିପଦାର ମଧୁବନ ଠାରେ ବୁଧବାର ମକଡ୍ରିଲ ଅନୁଷ୍ଠିତ ହୋଇଛି।

ସମ୍ଭବ୍ୟ ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯିବ। ଏଥି ସହିତ ଲୋକମାନଙ୍କୁ ଓ ଗୃହପାଳିତ ପଶୁପକ୍ଷୀଙ୍କୁ କିଭଳି ଭାବେ ସୁରକ୍ଷିତ ରଖାଯିବା ସେ ନେଇ ସାମୁହିକ ଅଭ୍ୟାସ କରାଯାଇଛି।

ମକଡ୍ରିଲରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧା ସୁମନ, ବାରିପଦା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ, ପୋୖର ଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀ, ୱାର୍ଡ କାଉନସିଲର ମୂର୍ଚ୍ଛାନା ମହାନ୍ତି, ପରିବେଶବିତ୍ତ ବିବେକାନନ୍ଦ ପଟ୍ଟନାୟକ, ବିକ୍ରମ କେଶରୀ ଜେନା ଉପସ୍ଥିତ ଥିଲେ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟର ମୁକାବିଲା କରିବା ସହ କ୍ଷୟକ୍ଷତିକୁ ହ୍ରାସ ରୋକିବା ପାଇଁ ମକଡ୍ରିଲ ଆୟୋଜନ ହୋଇଥିବା ନେଇ କୁହାଯାଇଛି।

Leave A Reply

Your email address will not be published.