ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୁଡୁମୀକୁ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ | ଆଦିବାସୀ ମାନ୍ୟତା ଦାବିରେ ଦୀର୍ଘ ବର୍ଷ ଧରି ନିରନ୍ତର ଆନ୍ଦୋଳନ କରିଆସୁଛି କୁଡୁମୀ ସେନା।
ମାତ୍ର ପୂର୍ବରୁ ଥିବା ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାର ଏହି ଜାତିକୁ ଅଣଦେଖା କରିଆସୁଥିବା ବେଳେ ନୂତନ ଭାବେ ମୋହନ ସରକାର ଦାୟିତ୍ୱକୁ ଆସିବା ପରେ ପୁଣି ମନରେ ଆଶା ଓ ବିଶ୍ୱାସ ଗଢିଉଠିଛି |
ମଙ୍ଗଳବାର ଦିନ ୧୨ଟା ରେ କୁଡୁମୀ ସେନାର ପ୍ରତିଷ୍ଠାତା ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ଶତାଧିକ କର୍ମୀ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ନୂତନ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।