କ୍ଷେତରେ ପଡିଛି ଚଡକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କ୍ଷେତ ରେ ପଡିଛି ଚଡକ । କ୍ଷେତରେ ଖିଲି ଖିଲି ହୋଈ ହସୁଛି ସୁନାର ଧାନ ଫସଲ l ଏବେ ଧାନ ବିଲରେ ଫୁଲ ସଉଳି ହୋଈ ଧାନ ପେଣ୍ଡିରୁ କ୍ଷୀର ଛାଡିବାର ସମୟ l ଠିକ ଏହି ସମୟରେ ଧାନ ଗଛକୁ ସତେ ଯେମିତି କାଳ ଗ୍ରାସ କରିଛି l ବିଲରେ ଜଉଆ ପୋକ ଲାଗି ଧାନ ଗଛ ଗୁଡିକୁ ଚଳୁ କରିଦେଉଛନ୍ତି l ନିମିଷକେ ଖାଇଯାଉଛନ୍ତି ହେକ୍ଟର ହେକ୍ଟର ଧାନ ଫସଲ l ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି l ଦେଖିବା କଟକ ଜିଲ୍ଲା ସାଲେପୁର ବ୍ଲକ ସିଢ଼ୋ ଗ୍ରାମ ପଞ୍ଚାୟତ ରୁ ଏହି ରିପୋର୍ଟ l

ଇଏ ହେଉଛି ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତ ଛୋଟିନଟରା ଗ୍ରାମର ଧାନ ବିଲର ଦୃଶ୍ୟ l ଟିକିଏ ଭଲ ଭାବରେ ଦେଖନ୍ତୁ ବିଲରେ ଜଉ ପୋକ ଲାଗି ଧାନ ଗଛର ଅବସ୍ଥା କିଭଳି ହୋଇଛି l ଧାନ ଗଛରେ ପୋକ ଲାଗି କେଉଁଠି ହଳଦିଆ ପଡ଼ିଗଲାଣି ତ କେଉଁଠି ବିଲରେ ପାଣି ଥାଇ ମଧ୍ୟ ଧାନ ଗଛ ଶୁଖିକି ଧଳା ପଡ଼ିଗଲାଣି ଆଉ କେଉଁଠି ଧାନ ଗଛ ଗୁଣ୍ଡି ଗୁଣ୍ଡି ପୋକ ଲାଗିବା ଦ୍ୱାରା ଗଛ ମୂଳଶଢା ରୋଗ ଧରିଲାଣି l ଏହି ମୂଳଶଢା ରୋଗ ଧରିବା ଦ୍ୱାରା ଗଛ ଗୁଡିକ ମରିଯାଉଛି ସହ ମୂଳ ପାଚିକି ଦୁର୍ଘନ୍ଦ ହେଉଛି ବୋଲି ଚାଷୀ ମାନେ କହିଛନ୍ତି l ଏହି ବାବଦରେ କୃଷି ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୃଷି ଅଧିକାରୀ ଙ୍କ ଦର୍ଶନ ମିଳି ନଥିବା ଚାଷୀ ମାନେ କହିଛନ୍ତି l ଦେଶର ମେରରୁଦଣ୍ଡ ହେଉଛି ଚାଷ l ସରକାର ଚାଷ ଓ ଚାଷୀ ମାନଙ୍କୁ ଅଗ୍ରାଧିକାର ଦେବାପାଇଁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରି ଚାଷୀ ମାନଙ୍କୁ ସାର କୀଟନାଶକ ଔଷଧ ଓ କୃଷି ଯନ୍ତ୍ରାସ ସହ ଚାଷୀ ମାନଙ୍କୁ କୃଷିର ପ୍ରଣାଳୀ ବିଷୟରେ ବୁଝେଇବା ପାଇଁ କୃଷି ବିଭାଗ ତରଫରୁ VAW ମାନଙ୍କ ନିୟୋଜିତ କରିଥାନ୍ତି l

VAW ମାନେ ଚାଷୀ ମାନଙ୍କର ଏହିଭଳି ଦୁଖଦଃ ସମୟରେ ଚାଷୀମାନଙ୍କ ପାଖରେ ପହଁଚି ସରକାରୀ କୀଟନାସକ ଔଷଧ ସିଚନ କରିବା ସହ ଏହି ପୋକ ଦାଉରୁ ଚାଷୀ ମାନେ କିଭଳି ରକ୍ଷା ପାଇବେ ତାର ବନ୍ଦୋବସ୍ତ କରିବା କଥା l କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଏଠାରେ l ଏହି ଅଞ୍ଚଳରେ କିଏ VAW ଅଛନ୍ତି ଚାଷୀ ମାନେ ତାଙ୍କୁ ଜାଣିନାହାନ୍ତି l କୀଟନାଶକ ଔଷଧ ତ ଦୂରର କଥା ସେ କେବେବି ଚାଷୀ ମାନଙ୍କ ପାଖକୁ ଆସନ୍ତି ନାହିଁ ବୋଲି ଚାଷୀ ଅଭିଯୋଗ କରିବା ସହ କୃଷି ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଆଜି ଏହିଭଳି ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଚାଷୀ କହିଛନ୍ତି lଏ ନେଇ ଆମେ ସାଲେପୁର କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲୁ ସେ ରିହାତି ମୁଲ୍ୟରେ ମିଳୁଥିବା ମେଡିସିନ ଚିଛନ ପାଇଁ କହିବା ସହ କ୍ଷୟ କ୍ଷତିର ଆକଳନ କରିବେ ବୋଲି କହିଛନ୍ତି ଦେଖାଯାଉ ଖବର ପ୍ରସାରଣ ପରେ କେତେ ତତ୍ପରତା ଅବଲମ୍ବନ କରୁଛି ସାଲେପୁର କୃଷି ବିଭାଗ l

Leave A Reply

Your email address will not be published.