ମହିଳା ଓକିଲଙ୍କ ବେକରୁ ଦିବାଲୋକ ରେ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ଓକିଲ ଙ୍କ ବେକରୁ ଦିବାଲୋକରେ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ | ମହିଳା ଓକିଲଙ୍କ ବେକରୁ ଦିବାଲୋକ ରେ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ଆନନ୍ଦପୁର ର ଶାଳପଡା ରେ ଥିବା ଗ୍ରାମ୍ୟ ନ୍ୟାୟାଳୟରେ ରାମଚନ୍ଦ୍ରପୁରର ମମିତା ମଲ୍ଲିକ ଓକିଲ ଭାବେ କାର୍ଯ୍ୟ କରନ୍ତି|

ତେବେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ବସରୁ ଓଲ୍ହାଇ ଚାଲି ଚାଲି କୋର୍ଟକୁ ଯାଉଥିବା ସମୟରେ ଅଚାନକ ଜଣେ କେହି ତାଙ୍କ ବେକରୁ ସୁନା ଚେନ ଟାଣି ନେଇଥିଲା।

ମମିତା ଦେଖିବା ବେଳକୁ ଆଖି ପିଛୁଳାକେ ସମ୍ପୃକ୍ତ ଯୁବକ ଅନ୍ୟ ଜଣେ ଯୁବକ ଙ୍କ ବାଇକ ରେ ବସି ସେଠାରୁ ଦ୍ରୁତ ଗତିରେ ପଳାଇ ଥିଲେ। ଘଷିପୁରା ପୋଲିସ ଷ୍ଟେସନ ରେ ଘଟଣା କୁ ନେଇ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.