ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ।

ଖୁବଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏଣେ ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହେବନି ବୋଲି ବି ମନ୍ତ୍ରୀ କହିଛନ୍ତି। ଟ୍ୱିନ୍‌ ସିଟିରେ ଚାଲୁ ରହିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ବୋଲି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟ ବଜେଟ୍‌ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ କିଭଳି କାମ ତ୍ୱାରାନିତ୍ୱ ହେବ, ଖୁବଶୀଘ୍ର ଆଲୋଚନା ହେବ।

ସେ ଆହୁରି କହିଛନ୍ତି, ରାଜ୍ୟ ବଜେଟ୍‌ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ କିଭଳି କାମ ତ୍ୱାରାନିତ୍ୱ ହେବ, ଖୁବଶୀଘ୍ର ଆଲୋଚନା ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରାଧମୁକ୍ତ ରାଜଧାନୀ । ଅପରାଧମୁକ୍ତ ହେବ ରାଜ୍ୟର ସବୁ ସହରାଞ୍ଚଳ । ଅପରାଧ ନିୟନ୍ତ୍ରଣ ପାଇଁ ସବୁ କର୍ପୋରେସନ ଅଞ୍ଚଳରେ ଲାଗିବ ସିସିଟିଭି କ୍ୟାମେରା । ସବୁ ନିଗମକୁ ପୂର୍ଣ୍ଣ ଆଲୋକୀକରଣ ମଧ୍ୟ କରାଯିବ । ସେନେଇ ନଗର ଉନ୍ନୟନ ବିଭାଗ ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Leave A Reply

Your email address will not be published.