ଓଡ଼ିଆ ନ୍ୟୁଜ୍: ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।