ବିଜେଡ଼ି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡ଼ି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ବୈଠକ | ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ହେବାକୁ ଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି।

ବାରିପଦା ପୌରପାଳିକାର ନଗରପାଳ ତଥା ବିଜେଡ଼ିର ନଗର ସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରୋଟାରୀ କ୍ଲବ ଠାରେ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ପକ୍ଷରୁ ବାରିପଦା ପୋୖରପାଳିକାର ସମସ୍ତ ୱାର୍ଡ ମାନଙ୍କରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ତୃଣମୂଳସ୍ତରରେ ସଚେତନ କରାଯିବ ବୋଲି ଆଲୋଚନା ହୋଇଛି।

ଏନେଇ ପ୍ରତି ଘରକୁ ଘର ବୁଲି ଉକ୍ତ ଘର ସଦସ୍ୟଙ୍କୁ ବିଜୁ ପରିବାର ସହ ଯୋଡ଼ିବା ସହ ଘରେ ଘରେ ଶଙ୍ଖ ଷ୍ଟିକର ଲଗାଯିବ। ଉକ୍ତ ବୈଠକରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଅନନ୍ତ ଦାସ, ଜନ ମହାନ୍ତି, ଦର୍ପ ନାରାୟଣ ପାଳ ଓ ଅନ୍ୟାନ୍ୟ ୱାର୍ଡ କାଉନସିଲର ମାନଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି।

Leave A Reply

Your email address will not be published.