ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରକ୍ତ ବିନ୍ଦୁ ହେଉଛି ଅମୂଲ୍ଯ ରତ୍ନ | ଯାହା ଦ୍ବାରା ଜଣକର ଜୀବନ ରକ୍ଷା କରାଯାଇଥାଏ | ତେଣୁ କୁହାଯାଏ ରକ୍ତ ଦାନ କରନ୍ତୁ , ନିଜେ ସୁରକ୍ଷିତ ହେବା ସହିତ ଅନ୍ଯକୁ ସୁରକ୍ଷା ଦିଅନ୍ତୁ | ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ମହାବିଦ୍ଯାଳୟରେ ଏନ ଏସ୍ ଏସ୍ ଏବଂ ୟୁଥ୍ ରେଡକ୍ରସ୍ ୟୁନିଟ୍ ଙ୍କ ସହାୟତାରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି | ଏଥିରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ୟୁନିଟ୍ ର ପ୍ରୋଗ୍ରାମ ଅଫିସର ମିଳିତ ସହଯୋଗରେ କାର୍ଯ୍ଯକ୍ରମ ସୁପରିଚାଳନା କରାଯାଇଥିଲା |
ରାଇରଙ୍ଗପୁର କଲେଜ ଅଧ୍ଯକ୍ଷ ତ୍ରିଲୋଚନ ଚକ୍ର ଏବଂ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସ୍ମିତାଶ୍ରୀ ବିରୁଆ ଙ୍କ କରକମଳରେ କାର୍ଯ୍ଯକ୍ରମର ଶୁଭ ଉଦଘାଟିତ ହୋଇଥିଲା | ଉକ୍ତ କାର୍ଯ୍ଯକ୍ରମରେ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀ ଓ କଲେଜ ଷ୍ଟାଫ୍ ରକ୍ତଦାନରେ ସାମିଲ ହୋଇଥିଲେ | ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଯୁକ୍ତ ୨ ୟୁନିଟ୍ ଏନ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର ସୁଶ୍ରୀ ସସ୍ମିତା ଟୁଡୁ , ଯୁକ୍ତ ୩ ୟୁନିଟ୍ ଏନ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର ଡାକ୍ତର ମାନସ ରଂଜନ ସାହୁ ଏବଂ ୟୁଥ୍ ରେଡକ୍ରସ କୋଡିନେଟର ଶ୍ରୀଯୁକ୍ତ ବିଶ୍ବରଂଜନ ଜେନା ପ୍ରମୁଖଙ୍କ ଉଦ୍ଯମରେ କାର୍ଯ୍ଯକ୍ରମ ତ୍ବରାନିତ ହୋଇଥିଲା |
ଏଥିରେ ସମୁଦାୟ ୬୦ ଜଣ ରକ୍ତଦାନରେ ଜଡିତ ହୋଇଥିଲେ | ଏଥିରେ ରାଜନୀତି ବିଜ୍ଞାନ ଅଧ୍ଯାପକ ହଳଧର ବାରିକଙ୍କ ସମେତ ଛାତ୍ରଛାତ୍ରୀ ସ୍ବେଛାସେବୀ ଭାବେ ସଚିକାନ୍ତ ବାରିକ, ସତ୍ଯମ୍ ଗୁପ୍ତା, ମନିସ କୁମାର ପାତ୍ର, ବିନତି ମହାନ୍ତ, ଚାମରୁ ମାଝୀ, ତନ୍ମୟ ଗିରି ପ୍ରମୁଖଙ୍କ ସହିତ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ଲେବଟାରୀ ଟେକନିସିଆନ୍ ଗ୍ରଫ୍ ସହଯୋଗ କରିଥିଲେ |
Comments are closed.