ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ମହାମହିମ ରାଷ୍ଟ୍ରପତି, ଓଡିଶାର ମୁଖ୍ଯମନ୍ତ୍ରୀ, ମୟୂରଭଂଜ ସାଂସଦ ସମେତ ମୟୂରଭଂଜର ସମସ୍ତ ବିଧାୟକ ମାନେ ସାର୍ନା ଧର୍ମ କୋର୍ଡ ମାନ୍ଯତା ଉପରେ ଚୁପ୍ ରହିଥିବାରୁ ଏବଂ ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ଯବସ୍ଥା ଲାଗୁ କରିବା ମାମଲାରେ ରବରଷ୍ଟାମ୍ଫ ଭଳି ବସିଥିବାରୁ ଉକ୍ତ ଲୋକ ପ୍ରତିନିଧି ବିରୋଧରେ ଆଦିବାସୀ ସେଙ୍ଗେଲ ଅଭିଯାନ ଓଡିଶା ମହିଳା ମୋର୍ଚ୍ଚା ସଭାନେତ୍ରୀ ମାଲହ ମାର୍ଣ୍ଡିଙ୍କ ପରିଚାଳନାରେ ରାଇରଙ୍ଗପୁର ଗୋଲେଇ ଛକ ଠାରେ ମୟୂରଭଂଜ ବନ୍ଦ ଡାକରା ନେଇ ରାସ୍ତା ଅବରୋଧ କରାଯାଇଥିଲା | ଭାରତରେ ସମସ୍ତ ନାଗରିକଙ୍କୁ ଧର୍ମ କୋର୍ଡ ମାନ୍ଯତା ନେଇ ସ୍ବତନ୍ତ୍ରତା ଦିଆଯାଇଛି |
କିନ୍ତୁ ଭାରତର ୧୫ କୋଟି ଆଦିବାସୀମାନଙ୍କୁ ଧାର୍ମିକ ସ୍ବାଧୀନତାରୁ ବଞ୍ଚିତ କରାଯାଇଛି | ଫଳରେ ଆଦିବାସୀମାନଙ୍କର ଅସ୍ତିତ୍ବ, ବାସ୍ତବିକ ପରିଚୟ ଭାଗିଦାରୀର ଅଧିକାର, ମାନବତାର ପରିଚୟ, ଆଦିବାସୀମାନଙ୍କର ଭାଷା, ସଂସ୍କୁତି ପରମ୍ପରା ଲୋପ ହେବାରେ ଲାଗିଛି | ଅଧିକାଂଶ ଆଦିବାସୀ ମାନେ ବର୍ତ୍ତମାନ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ଯ ହେଉଛନ୍ତି | ଏହି କ୍ରମରେ ଦେଖିବାକୁ ଗଲେ ଆଗାମୀ ଦିନରେ ଆଦିବାସୀ ସମାଜ ସଂପୂର୍ଣ୍ଣ ଲୋପ ହୋଇଯିବ |
ତତ୍ ସହିତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ଯବସ୍ଥା ଲାଗୁ ନ ହେଲେ ଡାହାଣୀ ନାମରେ ହତ୍ଯା, କଙ୍ଗାରୁ କୋର୍ଟ ଦ୍ବାରା ମନଇଛା ଜୋରିମନା, ସାମାଜିକ ବାସନ୍ଦ, ନିଶାସେବନ ଓ ଅନ୍ଧବିଶ୍ବାସ ଭଳି ଅନେକ ଅମାନବୀୟ ଅତ୍ଯାଚାର ଚାଲୁ ରହିବ | ଏହି ମୟୂରଭଂଜ ବନ୍ଦ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଜୋନାଲ ସଭାପତି କାଳୁରାମ ମୁର୍ମୁ, ଉପସଭାପତି ଚନ୍ଦନ କୁମାର ସୋରେନ, ଜାମଦା ବ୍ଲକ ସଭାପତି ଧାନାଇ ମୁର୍ମୁ, ଭୁଜୁ ମୁର୍ମୁ, ବାଢା ମୁର୍ମୁ, ଲାଲମୋହନ କିସ୍କୁ, ନାରାନ ମୁର୍ମୁ, ଲାଲମୋହନ ଟୁଡୁ, ଧନେଶ୍ବର ହାଁସଦାଃ, ଆନନ୍ଦ ହାଁସଦାଃ, ମମତା ମାର୍ଣ୍ଡି, ଜବା ମୁର୍ମୁ, ପମା ଟୁଡୁ, ସିନଗୋ ହାଁସଦାଃ ଓ ଶ୍ଯାମ ବାସ୍କେ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ |
Comments are closed.