ଏସ୍.ପି.ସି.ଏ ଅଲଇଣ୍ଡିଆ ଅଧ୍ଯକ୍ଷ ବିକାଶ କୁମାରଙ୍କ ଓଡିଶା ଗ୍ରସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଲିସେନସି ହୋଟେଲ ଠାରେ ଏସ୍.ପି.ସି.ଏ ( ସୋସାଇଟି ଫର ପ୍ରିଭେନସନ୍ ଅଫ୍ କ୍ରୁଏଲଟି ଟୁ ଏନିମଲସ୍ ) ଅଲ ଇଣ୍ଡିଆ ଅଧ୍ଯକ୍ଷ ବିକାଶ କୁମାର ଦୁଇଦିନ ପାଇଁ ମୟୂରଭଞ୍ଜ ଗ୍ରସ୍ତରେ ଆସି ରାଇରଙ୍ଗପୁର ଠାରେ ପହଞ୍ଚିଥିଲେ | ଓଡିଶା ରାଜ୍ଯରେ ପଶୁମାନଙ୍କ ଉପରେ ହେଉଥିବା ବର୍ବର ଅତ୍ଯାଚାର ଉପରେ ଅନୁଧ୍ଯାନ କରିଥିଲେ | ଏହି କାର୍ଯ୍ଯକ୍ରମ ସମୟରେ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଅଧ୍ଯକ୍ଷା ସରସ୍ବତୀ ଟୁଡୁ, ଏସ୍.ପି.ସି.ଏ ଅଲ ଇଣ୍ଡିଆ ଝାଡଖଣ୍ଡ ରାଜ୍ଯ ଅଧ୍ଯକ୍ଷ ରାଜୁ କୁମାର ସାମନ୍ତ ଓ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |

ଏଥି ନିମନ୍ତେ ପଶୁମାନଙ୍କ ଉପରେ ହେଉଥିବା ଅତ୍ଯାଚାର ସହ ଅନ୍ଯାୟ ଭାବେ ଚୋରା ଗୋଚାଲାଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରିୟ ଅଧିକାରୀ ଶ୍ରୀଯୁକ୍ତ ବିକାଶ କୁମାର ଗୁରୁତ୍ବାରୋପ କରିଥିଲେ | ଗୋଚାଲାଣ ସମୟରେ ଉଦ୍ଧାର ହେଉଥିବା ଗୋରୁଗୁଡିକୁ ରଖିବାକୁ ବିପୁଳ ଭାବେ ଗୋଶାଳା ଖୋଲାଯିବା ଉପରେ ଓଡିଶା ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କୁ କିପରି ବିଧିବ୍ଯବସ୍ଥା ଉପରେ ଥଇଥାନ କରାଯାଇପାରିବ , ସେ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ | ଗତ ୨୩/୦୯/ ୨୪ ରିଖ ଦିନ ମୁଖ୍ଯମନ୍ତ୍ରୀଙ୍କ ମୟୂରଭଞ୍ଜ କାର୍ଯ୍ଯକ୍ରମ ପାଇଁ ପୁଲିସ ବିଭାଗ ବ୍ଯସ୍ତ ଥିବା ସମୟରେ ୨ଟି କଣ୍ଟେନର ରୁ ୧୦୩ଟି ଗାଈବଳଦ ଅମାନୁଷିକ ଭାବେ ଭର୍ତ୍ତି କରି ନେଉଥିବା ସମୟରେ ପୁଲିସ ସନ୍ଦେହ କରି ତଲାସି କରିଥିଲେ | ଏହା କେନ୍ଦୁଝର ଜିଲ୍ଲା ପାଲଲ ହଡା ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା | ପରେ ସେମାନଙ୍କୁ ଉଦ୍ଧାର କରି ରଖିବା ନିମନ୍ତେ ମୟୂରଭଞ୍ଜ ର ଥିବା ଗୋଶାଳାରେ ସ୍ଥାନାଭାବ ଯୋଗୁଁ ବାଲେଶ୍ବର ଗୋଶାଳାକୁ ବିଶୋଇ ପୁଲିସ ଓ ମ୍ଯାଜିଷ୍ଟେଟ୍ ଙ୍କ ହେପାଜଟ୍ ରେ ପଠାଯିବା ସମୟରେ ୩୬ଟି ଗୋରୁ ମରିଥିବାର ଜଣାପଡିଥିଲା |

ଏକକାଳୀନ ଏତେ ସଂଖ୍ଯକ ଗୋରୁ ମରିବା ଏହା ପ୍ରଥମ ଘଟଣା | ପ୍ରକାଶଥାଉ କି, ଏହି ଘଟଣା ପୂର୍ବରୁ ରାଇରଙ୍ଗପୁର ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଅଧ୍ଯକ୍ଷ ସରସ୍ବତୀ ଟୁଡୁ ଓ ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ରାଇରଙ୍ଗପୁର ଏସ୍.ଡି.ପି.ଓ ଗୋକୁଳାନନ୍ଦ ସାହୁଙ୍କୁ ସାକ୍ଷାତ କରି ଚୋରା ଗୋଚାଲାଣ ସଂପର୍କରେ ଅବଗତ କରାଇଥିଲେ | ପରିଶେଷରେ ଏସ୍.ଡି.ପି.ଓ ଶ୍ରୀ ସାହୁଙ୍କ ଅଧ୍ଯକ୍ଷତାରେ ଚୋରା ଗୋଚାଲାଣ ଧରପକଡକୁ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଥିଲେ | ଓଡିଶାରେ ପଶୁମାନଙ୍କ ପ୍ରତି ଏଭଳି ଅତ୍ଯାଚାର କୁ ରାଷ୍ଟ୍ରୀୟ ଅଧ୍ଯକ୍ଷ ବିକାଶ କୁମାର ଘୋର ଅସନ୍ତୋଷ ପ୍ରକାଶ କରିଥିଲେ | ଏସ୍.ପି.ସି.ଏ ର ଓଡିଶା ରାଜ୍ଯ ଅଧ୍ଯକ୍ଷା ସରସ୍ବତୀ ଟୁଡୁ କହନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରେ ଏହି କାର୍ଯ୍ଯକ୍ରମ କୁ ବ୍ଯାପକ କରାଯିବ | ଏସ୍.ପି.ସି.ଏ କେନ୍ଦ୍ରୀୟ ଅଧ୍ଯକ୍ଷ ବିକାଶ କୁମାର ଝାଡଖଣ୍ଡ ରାଜ୍ଯ ଟାଟା ଠାରେ ଏକ ବୈଠକରେ ଯୋଗ ଦେଇ ରାଇରଙ୍ଗପୁର ଠାରେ ପ୍ରଶାସନସ୍ତରୀୟ ଆଲୋଚନା କରିଥିଲେ | ପରେ ମୟୂରଭଞ୍ଜ, କେନ୍ଦୁଝର ଓ ସମ୍ବଲପୁର ର ଏସ୍.ପି.ସି.ଏ ଅଲ ଇଣ୍ଡିଆ ସବ୍ ଇନିସପେକ୍ଟର (ଏସ୍. ଆଇ.) ଙ୍କ ସହ ବୈଠକରେ ମାର୍ଗଦର୍ଶନ କରିଥିଲେ |

Comments are closed.