ଶ୍ରୀରାମ ନବମୀକୁ ନେଇ ସହରରେ ଜନ ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀରାମ ନବମୀ ଅବସରରେ “ଶ୍ରୀରାମ ନବମୀ ମହୋତ୍ସବ ସମିତି” ପକ୍ଷରୁ ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାନ୍ହରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରି ଶ୍ରୀରାମଭକ୍ତ ମାନଙ୍କ ଦ୍ଵାରା ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରିଥିଲା।

ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡ଼ିଆରୁ ଏକ ବର୍ଣ୍ଣାଢ୍ୟ ରାମ ନବମୀ ଶୋଭାଯାତ୍ରା ବାହାରି କୃଷ୍ଣଚନ୍ଦ୍ର ଗୋଲାଇ, ଟ୍ରାଫିକ ଛକ, ଲାଲ ବଜାର, ମୁଖ୍ୟ ବଜାର, ଷ୍ଟିଲ ଗୋଳେଇ ହୋଇ ସହର ପରିକ୍ରମା କରି ଛଉ ପଡ଼ିଆ ଠାରେ ସମାପ୍ତ ହୋଇଥିଲା। ଯାହାକି ଶ୍ରୀରାମ ନବମୀ ମହୋତ୍ସବର ବିଶେଷ ଆକର୍ଷଣ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ରୂପରେ କୁନି କୁନି ପିଲାଙ୍କୁ ସଜାଇ ସହର ପରିକ୍ରମା କରାଇଥିଲେ। ବିଭିନ୍ନ ସଂଗଠନ ଏବଂ ସଂକୀର୍ତ୍ତନ ମଣ୍ଡଳୀ ଓ ଆଖଡ଼ା ଯୋଗ ଦେଇଥିଲେ।

ଏଥିରେ ଦଳମତ ନିର୍ବିଶେଷରେ ଅନେକ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ। ଛଉ ପଡ଼ିଆ ଠାରେ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସରେନ, ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ, ବିଧାୟକ ନବଚରଣ ମାଝୀ, ପୁର୍ବତନ ବିଧାୟକ ଭାଦବ ହାଁସଦା, ମୟୁରଭଞ୍ଜ ମହାରାଜା ପ୍ରବୀଣ ଚରଣ ଭଞ୍ଜଦେଓ, ମହାରାଣୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, କବିବିଷ୍ଣୁ ଶତପଥୀ, ରାକେଶ ସିଂ ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.