ଟ୍ରକ୍‌କୁ ପିଟିଲା କାର୍‌, ୧୦ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅହମଦାବାଦ-ବଡ଼ୋଦରା ଏକ୍ସପ୍ରେସ୍‌ୱେରେ ବୁଧବାର ଏକ କାର୍ ଏକ ଟ୍ରକ୍‌ର ଟ୍ରେଲରକୁ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ଏପରି ଭୟଙ୍କର ଦୁର୍ଘଟଣା ଗୁଜରାଟର ଅହମଦାବାଦ-ଭଦଦୋରା ଏକ୍ସପ୍ରେସ୍‌ ୱେ’ରେ ଘଟିଛି।

ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଦୁଇ ଜଣ ଛୋଟ ପିଲା ଅଛନ୍ତି। କାର୍‌ଟି ବଡ଼ୋଦରାରୁ ଅହମଦାବାଦ ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ସମସ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଖବର ପାଇ ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତମାନଙ୍କୁ ଡାକ୍ତରଖାନା ନେଇଥଲା। କାର୍‌ରେ ଥିବା ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯାଉଥିବା ବେଳେ ବାକି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଏକ୍ସପ୍ରେସ୍‌ୱେରେ ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।

ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍‌ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ଏକ ଦୃତଗାମୀ କାର୍‌ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍‌ପି ରାଜେଶ ଗଦିୟା କହିଛନ୍ତି।

Leave A Reply

Your email address will not be published.