ଶିମିଳିପାଳରେ ଏକ ବିରଳ କଳା ମହାବଳ ବାଘ ମୃତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ ଦନ୍ତାହାତୀ ଓ କଳା ମହାବାଘର ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ନେଇ ଭୁବନେଶ୍ୱର ପିସିସିଏଫ୍‌ ସୁଶୀଲ କୁମାର ପୋପଲି ପ୍ରକାଶ କରିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ବାଘ ମଧ୍ୟରେ ଲଢ଼େଇ କାରଣରୁ କଳାବାଘର ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ସୋମବାର ତାଙ୍କ କାର୍ଯ୍ୟାଳୟରୁ ଡିସିଏଫ୍‌ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗେନାନୀ ସଦଳବଳ ତାଙ୍କ ସହିତ ଯାଇଛନ୍ତି ।

ଶନିବାର ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନପ୍ରାଣୀ ବନଖଣ୍ଡର ନଅଣା ଦକ୍ଷିଣ ବା ଧୁଡରୁଚମ୍ପା ରେଞ୍ଜର ନେଙ୍କଡାନଚା ବିଟ୍‌ରେ ରବିବାର ରାତିରେ ଏକ ଦନ୍ତାହାତୀର ମୃତଦେହକୁ ଠାବ କରିଥିଲେ । ପରେ ସୋମବାର ସକାଳୁ ଏକ କଳାବାଘର ମୃତ୍ୟୁ ଘଟଣା ଜଣାପଡିବା ପରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଘଟଣାକୁ ନେଇ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.