ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଇବଣିଆ ଦୁର୍ଗ ଗେଟରୁ ଖସିଲା ପଥର । ଲକ୍ଷ୍ଯାଧିକ ଟଙ୍କା ଆତ୍ମସାତ ନେଇ ଅଭିଯୋଗ। ଜଳେଶ୍ଵର ବ୍ଲକ୍ ର ବିଶ୍ବସ୍ତରୀୟ ପର୍ଯଟନ ସ୍ଥଳିର ମାନ୍ୟତା ପାଇଥିବା ରାଇବଣିଆ ଦୁର୍ଗର ମୁଖ ସାଳରୁ ପଥର ଖସିବାକୁ ନେଇ ଚର୍ଚ୍ଚା।
ସୂଚନା ମୁତାବକ ରାଜ୍ୟ ସରକାର ରାଇବଣିଆ ଦୁର୍ଗ ର ପୂର୍ଣ୍ଣରୁଦ୍ଧାର ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ଥିବାର ସ୍ଥାନିୟ ବିଧାୟକ ତଥା ମନ୍ତ୍ରୀ ଘୋଷଣ କରି ଆସୁଥିବା ବେଳେ ଦୁଇଟି ଗେଟ ବାବଦକୁ ୫୦ ଲକ୍ଷ୍ୟ ଟଙ୍କା ମଞ୍ଜୁର ହେଇଥିବା ଜଣାପଡିଥିଲା ।ତେବେ ଗେଟ କାମ ସରିବାର ୬ମାସ ନ ପରୁଣୁ ଗେଟର ଉପରି ଭାଗରୁ ମାଙ୍କଡ଼ା ପଥର ଗଳି ପଡ଼ିଲାଣି। ତେବେ ମୁଗୁନୀ ପଥରରେ ନିର୍ମାଣ ହେବାକୁ ଥିବା ଗେଟରେ ଦେଶୀ ମାଙ୍କଡ଼ା ପଥର ଲଗାଇ ଠିକାଦାର ଲକ୍ଷ୍ୟାଧିକ୍ ଟଙ୍କା ହଡ଼ପ କରିଥିବା ଅଭଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।
ନାମ ଫଳକ ନ ଥାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ମନ୍ତ୍ରୀଙ୍କର ହାତ ବାରିଶିରେ ପର୍ଯ୍ୟଟନ ବିଭାଗ କୋଟି କୋଟି ଟଙ୍କା ହଡ଼ପ କରିଥିବା ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି। ତେଣୁ ଜନ ସାଧାରଣଙ୍କ ଅର୍ଥ କୁ ବାଟ ମାରଣା କରି ନିମ୍ନ ମାନର କାର୍ଯ୍ୟ କରିଥିବା ଠିକାଦାର ଓ ବିଭାଗ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦଳର ନେତା ସୁଦର୍ଶନ ଦାସ, ବିଜେପି ନେତା ଶାନ୍ତନୁ ପଟ୍ଟନାୟକ, ପୂର୍ବତନ ଜଳେଶ୍ଵର ବ୍ଲକ୍ ଚେୟାରମେନ୍ ସୁକୁମାର ଘୋଷ ପ୍ରମୁଖ ଦାବି କରିଛନ୍ତି ।