ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ମେଡିକାଲ କୋଚିଂ ନେଉଥିଲେ। ସେ ଆଲେନ ଇନଷ୍ଟିଚ୍ୟୁଟରୁ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।

ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପଟିଆ ସ୍ଥିତ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।   ତେବେ ଏହା  ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଛାତ୍ରୀଜଣଙ୍କ ମୃତ୍ୟୁ କିପରି ହେଲା ସେନେଇ କିଛି ସୂଚନା ମିଳିନାହିଁ । ତେବ ମୃତ ଛାତ୍ରୀଙ୍କ ଘର କଟକରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ଭୁବନେଶ୍ବରରେ ଏକ ଘରୋଇ କୋଚିଂ ହଷ୍ଟେଲରେ ରହି ପାଠ ପଢୁଥିଲେ ।

Comments are closed.