ଜି-୨୦ ସମ୍ମିଳନୀ ପାଇଁ ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜି-୨୦ ସମ୍ମିଳନୀକୁ ନେଇ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଜୋରଦାର ଚାଲିଛି । ସୁରକ୍ଷା ପାଖରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସୁରୁଖୁରୁରେ ଆଗେଇ ଚାଲିଛି । ଏହାରି ଭିତରେ ଖବର ମିଳିଛି ଯେ, ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଏହାର ଯାଞ୍ଚ କରିବେ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି, ଜି -୨୦ ପାଇଁ ଦିଲ୍ଲୀ ଏମ୍ସ, ଆରଏମଏଲ ଏବଂ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ସମେତ କେନ୍ଦ୍ରର ଅନେକ ଦଳ ନିୟୋଜିତ ହେବେ। ଏହାସହ ୫୦ ଟି ଆମ୍ବୁଲାନ୍ସ ଭିଭିଆଇପି କନଭେନରେ ରହିବ ଏବଂ ପ୍ରଗତି ମଇଦାନ ବ୍ୟତୀତ ସେହି ହୋଟେଲ ବାହାରେ ମଧ୍ୟ ରହିବ।

Leave A Reply

Your email address will not be published.