ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଦିଲ୍ଲୀ । ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ଜି -୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ଏହି ସମୟରେ ୟୁକ୍ରେନକୁ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ନ କରାଯିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନିକଟରେ ଜଷ୍ଟିନ ଟ୍ରୁଡୋ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଥିଲା, ଯାହାର ଭିଡିଓ ଭୋଲୋଡିମିର ଜେଲେନସ୍କି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

Leave A Reply

Your email address will not be published.