ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। ଯାହାଫଳରେ ୨ଟି ଶାଢ଼ି ଦୋକାନ ଜଳି ପାଉଁଶ ହୋଇଯାଇଛି।

ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁକୁ ଆୟତ୍ତ କରିବା ଲାଗି କର୍ମଚାରୀମାନେ ନାକେଦମ ହୋଇଥିଲେ। ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ସମୟରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ନିଆଁ ଲାଗିଯାଇଥିଲା । ଦୀର୍ଘ ଅଢେଇ ଘଣ୍ଟା ଧରି ନିଆଁ ଲାଗି ରହିଥିବା ବେଳେ ନିଆଁ ଓ ଧୂଆଁର ବଳୟ ଭିତରେ ଥିଲା ପୁରା ରାଜମହଲରୁ ଏଜି ଛକ ରାସ୍ତା  । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।

ପ୍ରାୟ ୪ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୀପାବଳି ବାଣ ପଡି ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ୧୦ଟି ଅଗ୍ନିଶମ ଗାଡ଼ି ସହାୟତାରେ ପ୍ରାୟ ୬ ଘଣ୍ଟା ଧରି କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥିବାରୁ ଅନ୍ୟ ଦୋକାନଗୁଡ଼ିକୁ ଏହା ବ୍ୟାପିପାରି ନ ଥିଲା।

Comments are closed.