ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ । ସ୍କ୍ରବ୍ ଟାଇଫସ୍‌ରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚାଷୀ ଜଣଙ୍କ ହେଲେ ଲେକ୍ରୁ ସାହୁ (୫୮)। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଆଖିଦାଦର ଗାଁରେ। ଲେକ୍ରୁ ନିଜ ଧାନ ଚାଷରେ ସାର ସିଞ୍ଚନ କରିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍କ୍ରବ ଟାଇଫସ୍ ପୋକ କାମୁଡ଼ି ଦେଇଥିଲା।

ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସମଲେଶ୍ଵରୀ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୧ ଦିନ ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଲେକ୍ରୁଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।  ତେବେ ଡେଙ୍ଗୁ ପରେ ପରେ ଏବେ ରାଜ୍ୟ ପାଇଁ ସ୍କ୍ରବ୍ ଟାଇଫସ୍ ଚିନ୍ତାର କାରଣ ପାଲଟିଲାଣି ।

ମଝିରେ ବେଶ୍ କିଛି ଦିନ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଥମିଥିବା ବେଳେ ଏବେ ପୁଣି ସ୍ଥିତି ଜାହିର କରିଛି । ମୁଖ୍ୟତଃ ସୁନ୍ଦରଗଡ ଜିଲ୍ଲାରେ ଅଧିକ ପଜିଟିଭ୍ ବିଗତ ଦିନରେ ଚିହ୍ନଟ ହୋଇଥିଲେ । ତେବେ ପୂର୍ବରୁ ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

Comments are closed.