ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଅଘଟଣ ଘଟିଛି।
ମୃତକ ହେଲେ ବାଉଁଶନଳୀ ଗାଁର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା। ଈଶ୍ୱର ମୁଣ୍ଡାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସକାଳୁ ଶୌଚ ହେବା ପାଇଁ ବାପା ଓ ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡ଼ା ଖସିଥିଲା। ବାପାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ ଝିଅ ମାଟି ଅତଡ଼ା ଭିତରୁ ବାହାରିଲା ପରେ ତାର ମୃତ୍ୟୁ ହୋଇଯାଇଛି।
ଆଜି ସକାଳେ ଈଶ୍ୱର ଓ ତାଙ୍କ ଝିଅ କେନାଲ ବନ୍ଧ ନିକଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା । ଦମକଳ ବାହିନୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ହିଁ ଝିଅ ଗୀତା ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା । କେନାଲ କାମ କରୁଥିବା ଘରୋଇ କମ୍ପାନୀର ଖାମଖିଆଲି କାମ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଞ୍ଚଳବାସୀ କହିଛନ୍ତି ।