ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଘଟଣ ଘଟିଛି। ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ଜଣାପଡିଛି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ।

ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର ତଦନ୍ତ ଚାଲିଥିବା ଉଜ୍ଜୟିନୀ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଲୋକମାନେ ସାମାନ୍ୟ ଦଗ୍ଧ ହୋଇଥିବା ସେ କହିଛନ୍ତି। ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମଧ୍ୟପ୍ରଦେଶ ଉଜ୍ଜୈନର ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ହୋଲି ଉତ୍ସବ ପାଳନ କରାଯାଉଥିଲା । ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପରସ୍ପରକୁ ରଙ୍ଗ ଲଗାଇ ରଙ୍ଗର ପର୍ବ ପାଳନ କରୁଥିଲେ ।

ଏହି ସମୟରେ ମନ୍ଦିରର ଗର୍ଭଗୃହରେ ବାବା ମହାକାଳଙ୍କ ଭସ୍ମ ଆଳତୀ ଚାଲିଥିଲା । ହଠାତ ଭସ୍ମ ଆଳତୀ ଥାଳିରେ ରଙ୍ଗ ପଡିଯାଇଥିଲା ଓ ନିଆଁ ଲାଗିଯାଇଥିଲା । ସାଙ୍ଗେ ସାଙ୍ଗେ ପୂରା ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଗର୍ଭଗୃହରେ ଉପସ୍ଥିତ ଥିବା ପୂଜାରୀମାନେ ନିଆଁର ଧାସରେ ପୋଡ଼ି ଯାଇଥିଲେ । ଏହା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ ଦୌଡ଼ ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ପୂଜାରୀମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.