ଆତ୍ମହତ୍ୟା ଉଦ୍ୟମ କଲେ ଏମଡିଏମକେ ସାଂସଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏମଡିଏମକେ ସାଂସଦ ଏ ଗଣେଶାମୂର୍ତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ।  ପାଖେଇ ଆସୁଛି ନିର୍ବାଚନ | ଆଉ ନିର୍ବାଚନକୁ ନେଇ ସବୁଠି ପଡିଛି ହଟଚମଟ | ଆଉ ଏହାରି ଭିତରେ ଜଣେ ସଂସଦ ଟିକେଟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁରେ ଘଟିଥିବା ବେଳେ ସଂସଦଜଣକ ହେଲେ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି। ଏ. ଗଣେଶମୂର୍ତ୍ତି  ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ସଂସଦ ଅଛନ୍ତି।

ତେବେ ସୂଚନା ମୁତବକ,  ଲୋକସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 2019 ଲୋକସଭା ନିର୍ବାଚନରେ ସେ ଡିଏମକେ ଟିକେଟରେ ଏରୋଡ ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ସଦସ୍ୟ କହିଛନ୍ତି । ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ସାଂସଦଙ୍କୁ ରଖାଯାଇଥିବା ପୋଲିସ କହିଛି । କୋଏମ୍ବାଟୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏ ଗଣେଶାମୂର୍ତ୍ତି ।

ତାଙ୍କର ଜଣେ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି, ‘‘ରବିବାର ସକାଳ ପ୍ରାୟ 10ଟା ସମୟରେ ଗଣେଶାମୂର୍ତ୍ତୀ ବାନ୍ତି କରିଥିଲେ । ଏହାପରେ ଆମେ ସମସ୍ତ ଭୟଭୀତ ହୋଇ ଯାଇଥିଲି । ସେ କିଟନାଶକ ଔଷଧ ପିଇ ଦେଇଥିବା ଆମକୁ କହିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଆମେ ଏରୋଡ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ନେଇଥିଲୁ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ରାତି ପ୍ରାୟ 2.30 ସମୟରେ ଅଧିକ ଚିକିତ୍ସା ପାଇଁ କୋଏମ୍ବାଟୁରର ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି ।’’

Leave A Reply

Your email address will not be published.