ଓଡ଼ିଶାରେ 40 ଡିଗ୍ରୀ ଛୁଇଁବ ପାରଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲି ଦିନ ରାଜ୍ୟର ଏକାଧିକ ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁବା‌ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।  ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି । ମାଲକାନଗିରି, ଝାରସୁଗୁଡ଼ା, ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ସହରର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିବ। ୨୭ ତାରିଖ ବେଳକୁ ଆଉ ଟିକିଏ ବଢ଼ିବ। ସୋନପୁର, ମାଲକାନଗିରି, ଝାରସୁଗୁଡ଼ା, ଟିଟିଲାଗଡ଼, ବଲାଙ୍ଗୀର, ଭବାନୀପାଟଣା, ରାୟଗଡ଼ା, ଅନୁଗୁଳ ଓ କେନ୍ଦୁଝରଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଡେଇଁପାରେ। ସେହିଭଳି ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭ରୁ ୩୯ ଭିତରେ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୮ ତାରିଖର ତାପମାତ୍ରା ଚଳିତ ବର୍ଷର ରେକର୍ଡ ଭାଙ୍ଗିପାରେ।

ଆଜି ରାଜ୍ୟର ୩ଟି ସହରର ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଛି। ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡରେ ୩୮.୨ ଓ ମାଲକାନଗିରିରେ ୩୮ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ୪ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ଶେଷ ବେଳକୁ କିଛି ଜିଲ୍ଲାରେ ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

Leave A Reply

Your email address will not be published.