ଛତିଶଗଡ ସୀମାନ୍ତରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳିବିନିମୟ, ଜଣେ ମହିଳା କ୍ୟାଡର ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଜବତ ହୋଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ କାଙ୍କେର ଜିଲ୍ଲାର ଛୋଟେ ବୈଠିଆ ଥାନା ଅଞ୍ଚଳର ଜଙ୍ଗଲରେ ୨୦ରୁ ଅଧିକ ମାଓବାଦୀ ଲୁଚି ରହିଥିବା ଯବାନମାନ‌େ ଖବର ପାଇଥିଲେ। ଏହାପରେ ଡିଆରଜି ଓ ବିଏସ୍‌ଏଫ୍‌ ଯବାନମାନ‌େ ମିଳିତ ଭାବେ ରାତିରେ ହିଁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ମାଓବାଦୀକୁ ପାଇପାରିନଥିବା ବେଳେ ଆଜି ସକାଳୁ ଯବାନମାନ‌େ କ୍ୟାମ୍ପକୁ ଫେରୁଥିଲେ। ବିନାଗୁଣ୍ଡା ଜଙ୍ଗଲରେ ଯବାନମାନଙ୍କୁ ଦେଖି ଲୁଚି ରହିଥିବା ମାଓବାଦୀମାନେ ଗୁଳି ଚାଳନା କରିଥିଲେ।

ଯବାନମାନେ ଏହାର ଉପଯୁକ୍ତ ଭାବେ ଉତ୍ତର ଦେଇ ଗୁଳିଚାଳନା କରିଥିଲେ। ପ୍ରାୟ ଅଧ ଘଣ୍ଟା ସମୟ ଗୁଳି ଚାଳନା ହୋଇଥିବା ବେଳେ ମାଓବାଦୀମାନ‌େ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ତାହାର ପରିଚୟ ମିଳିପାରି ନାହି। ମୃତ ଦେହ ସେମତ ପୁଲିସ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଜବତ କରିଛି। ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.