ଏଣିକି ନୂଆ ଭୋଟର ତାଲିକାରେ ସାମିଲ ହେବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ, ୧୮ ନୁହେଁ ୧୭ ବର୍ଷରୁ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଏଣିକି ନୂଆ ଭୋଟର ତାଲିକାରେ ସାମିଲ ହେବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। ସେହିପରି 18 ନୁହେଁ 17 ବର୍ଷରୁ ବି ଭୋଟର ତାଲିକା ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। ବର୍ଷକୁ ଥରେ ବଦଳରେ 4 ଥର ଭୋଟ ତାଲିକାରେ ନାମ ଯୋଡିବାକୁ ସୁଯୋଗ ମିଳିବ। ଜାନୁୟାରୀ 1, ଏପ୍ରିଲ 1, ଜୁଲାଇ 1 ଏବଂ ଅକ୍ଟୋବର 1ରେ 18 ବର୍ଷ ହେଉଥିଲେ ଭୋଟର ତାଲିକାରେ ନାମ ସାମିଲ ହୋଇପାରିବ। 2023 ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଫୋକସ କରାଯାଉଛି। ଜଣେ ବ୍ୟକ୍ତି ଘରେ ବସି ୱେବ ପୋର୍ଟାଲ ବା ମୋବାଇଲ ଆପ ଜରିଆରେ ନିଜ ଭୋଟର ପରିଚୟପତ୍ର ତ୍ରୁଟି ସଂଶୋଧନ ସହ ନିଜ ପସନ୍ଦ ମୁତାବକ ବୁଥ ବି ବାଛିପାରିବେ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ବା ସବ କଲେକ୍ଟରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

Leave A Reply

Your email address will not be published.