ମନି ଲଣ୍ଡରିଙ୍ଗ ମାମଲାରେ ଆମ ଆଦମି ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ଧା ହେଲେ ଇଡି ବିଧାୟକ । ମନି ଲଣ୍ଡରିଙ୍ଗ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି । ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଚଢାଉ ପରେ ମଧ୍ୟାହ୍ନରେ ବନ୍ଧ ହୋଇଛନ୍ତି ଓଖଲା। ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗ ହେବା ପରେ ଇଡି ଟିମ୍‌‌ ତାଙ୍କ ବାସଭବନରେ ଚଢାଉ କରିଥିଲା।

ଇଡି ଟିମ ପହଞ୍ଚିବା ପରେ ଗେଟ୍ ବନ୍ଦ କରି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ଅମାନତୁଲ୍ଲା । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲ ପୋଷ୍ଟ ଜାରି କରି ଅମାନତୁଲ୍ଲା କହିଥିଲେ, ‘ମୋତେ ଗିରଫ କରିବା ପାଇଁ ଇଡିର ଲୋକମାନେ ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି । ସରକାର ଆପନେତା ମାନଙ୍କୁ ଟାର୍ଗେଟ କରୁଛନ୍ତି ।’ ତାଙ୍କ ପୋଷ୍ଟ ଜାରି ପରେ ଚହଲାସ୍ଥିତ ଅମାନତୁଲ୍ଲାଙ୍କ ଘର ବାହାରେ ଦିଲ୍ଲୀ ପୁଲିସ ଏବଂ ସାମରିକ ବାହିନୀର ଏକ ଟିମ୍ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରୁ ହସ୍ତଗତ ହୋଇଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ଖାନଙ୍କ ବାସଭବନ ଥିବା ରାସ୍ତାରେ ପୁଲିସ୍‌ ଓ ଅଧିକାରୀମାନେ ଭାରୀ ସୁରକ୍ଷା ସହିତ ଡକ୍ୟୁମେଣ୍ଟ ଏବଂ ସାମଗ୍ରୀର ସମୀକ୍ଷା କରୁଛନ୍ତି।

ଯାହାକୁ ନେଇ ବିଜେପି କହିଛି, ଯେମିତି କରିବ ସେମିତି ପାଇବ । ଏହାପରେ ଇଡି ଚଢାଉ ସମ୍ପର୍କରେ ଅମାନତୁଲ୍ଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସୂଚନା ଦେଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ବର୍ତ୍ତମାନ ଆମ୍‌‌ ଆଦମୀ ପାର୍ଟିରେ ବିଧାୟକ ସହ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ଅମାନତୁଲ୍ଲା।

Comments are closed.